କାଶ ହେଉଥିଲା, ଔଷଧ ଦୋକାନୀ ଲଗାଇଦେଲେ ୪ଟି ଇଞ୍ଜେକସନ ସହ ୨ଟି ସାଲାଇନ

କାଶ ହେଉଥିଲା । ଲଗାତାର ହେଇ ଚାଲିଥିଲା । ବନ୍ଦ ହେବାର ନାଁ ନେଉନଥିଲା । ସେଥିପାଇଁ ପରିବାର ଲୋକେ ଏକ ଔଷଧ ଦୋକାନକୁ ନେଇଥିଲେ । ହେଲେ ଦୋକାନୀ ଔଷଧ ଦେବା ବଦଳରେ ୪ଟି ଇଞ୍ଜେକସନ ଓ ୨ଟି ସାଲାଇନ ଲଗାଇଦେଇଥିଲେ । ତାପରେ ରୋଗ ଭଲ ହେବା ବଦଳରେ ଆହୁରି ବଢିଚାଲିଛି । ଶେଷରେ ପରିବାର ଲୋକ ଡାକ୍ତରଖାନା ନେଇଥିଲେ । ହେଲେ ସେତେବେଳକୁ ରୋଗୀର ମୃତ୍ୟୁ ଘଟିସାରିଥିଲା । ଏଭଳି ଘଟଣା ଘଟିଛି କୋରାପୁଟ ଜିଲ୍ଲା ବୈପାରୀଗୁଡା ରାମଗିରିରେ ।
ମୃତକଙ୍କ ପରିଚୟ କମୁଳୁ ପୂଜାରୀ। ସେ ପେନ୍ଦାପୋଡ଼ା ପଞ୍ଚାୟତ ବଡ଼ପଡ଼ା ଗାଁର ବାସିନ୍ଦା। କମୁଳୁ ଗତକାଲି ଅସୁସ୍ଥ ହୋଇ ପଡ଼ିଥିଲେl ହଠାତ କାଶ ଆରମ୍ଭ ହେବା ପରେ ଆଉ ବନ୍ଦ ହୋଇନଥିଲା। ଫଳରେ ପରିବାର ଲୋକେ ରାମଗିରିରେ ଥିବା ଔଷଧ ଦୋକାନକୁ ନେଇଥିଲେl ହେଲେ ଔଷଧ ଦୋକାନୀ କମୁଲଙ୍କୁ ଚାରୋଟି ଇଞ୍ଜେକ୍ସନ ଦେବା ସହ ୨ଟି ସାଲାଇନ ଦେଇଥିଲେl ଚିକିତ୍ସା ପରେ କମୁଳୁଙ୍କୁ ଘରକୁ ଫେରିଥିଲେl କିନ୍ତୁ କମୁଳୁ ଘରେ ପହଞ୍ଚିବା ପରେ ସୁସ୍ଥ ହେବା ବଦଳରେ ଅଧିକ ଗୁରୁତର ହାଇପଡ଼ିଥିଲେ। ପରେ କମୁଳୁଙ୍କୁ ରାମଗିରି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲାl କିନ୍ତୁ ରାମଗିରି ମେଡ଼ିକାଲ ପହଞ୍ଚିାବା ପୂର୍ବରୁ କମୁଳୁଙ୍କ ମୃତ୍ୟୁ ହୋଇଥିବା ଡାକ୍ତରଖାନାରେ କାର୍ଯ୍ୟରତ ଫାର୍ମାସିଷ୍ଟ କହିଛନ୍ତି l ରାମଗିରି ଡାକ୍ତରଖାନାରେ କାର୍ଯ୍ୟରତ ଫାର୍ମାସିଷ୍ଟ ଏନେଇ ଅଭିଯୋଗ ଆଣିଛନ୍ତି l ବୈପାରୀଗୁଡା ଥାନାରେ ମଧ୍ୟ ଏତଲା ଦିଆଯାଇଛିl
Powered by Froala Editor