୮୦ ଟ୍ରାନ୍ସଜେଣ୍ଡରଙ୍କ ସହ କାମ କରିବା ମୋ ପାଇଁ ସୌଭାଗ୍ୟ : ନବାଜୁଦ୍ଦିନ

ନବାଜୁଦ୍ଦିନ ସିଦ୍ଧକି। ଫିଲ୍ମ ଇଣ୍ଡଷ୍ଟ୍ରୀରେ ଏହି ନାଁ କହିଲେ କିଏ ବା ନଜାଣେ । ତେବେ ପ୍ରଥମ ଥର ଜଣେ ଟ୍ରାନ୍ସଜେଣ୍ଡର ମହିଳାଙ୍କ ଭୂମିକାରେ ଫିଲ୍ମ 'ହଡ୍ଡି'ରେ ନଜର ଆସିବେ ନବାଜୁଦ୍ଦିନ। ଫିଲ୍ମ 'ହଡ୍ଡି'ରେ ନବାଜୁଦ୍ଦିନ ପ୍ରାୟ ୮୦ ଟ୍ରାନ୍ସଜେଣ୍ଡରଙ୍କ ସହ କାମ କରିଛନ୍ତି। ଏହା ତାଙ୍କ ପାଇଁ ସମ୍ମାନ ଏବଂ ସୌଭାଗ୍ୟର ବିଷୟ ଥିଲା ବୋଲି ସେ କହିଛନ୍ତି। ଫିଲ୍ମ ଏକ ପ୍ରତିଶୋଧମୂଳକ ଡ୍ରାମା। ଅକ୍ଷତ ଅଜୟ ଶର୍ମା ଏହାର ନିର୍ଦ୍ଦେଶନା ଦେଇଛନ୍ତି। ଆସନ୍ତା ବର୍ଷ ଏହା ରିଲିଜ ହେବ।
ନିକଟରେ ଫିଲ୍ମ 'ହଡ୍ଡି'ର ପୋଷ୍ଟର ରିଲିଜ ହୋଇଥିଲା । ଏଥିରେ ଅଭିନେତାଙ୍କ ଫାଷ୍ଟ ଲୁକ୍ ସାମ୍ନାକୁ ଆସିଥିବା ବେଳେ ନବାଜୁଦ୍ଦିନଙ୍କୁ ଚିହ୍ନିବା ମୁସ୍କିଲ ହୋଇଥିଲା। ଏବେ ନିର୍ମାତାମାନେ ଆଉ ଏକ ଲୁକ୍କୁ ଶେୟାର କରିଛନ୍ତି। ନୂଆ ଲୁକ୍ରେ ନବାଜୁଦ୍ଦିନ ସବୁଜ ରଙ୍ଗର ଶାଢ଼ୀ ପିନ୍ଧିଛନ୍ତି। ମଥାରେ ତାଙ୍କର ରହିଛି ଲାଲ ରଙ୍ଗର ବିନ୍ଦି। ଓଠରେ ଡାର୍କ ଲିପଷ୍ଟିକ୍ । ଅନେକ ଟ୍ରାନ୍ସଜେଣ୍ଡରଙ୍କ ଗହଣରେ ସେ ଛିଡ଼ା ହୋଇ କ୍ୟାମେରା ଲାଗି ପୋଜ୍ ଦେଇଛନ୍ତି।
Powered by Froala Editor