ରାଜ୍ୟରେ ସଂକ୍ରମଣ ଟିକେ କମିଛି: ଜନସ୍ୱାସ୍ଥ୍ୟ ନିଦେ୍ର୍ଧଶକ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଟିକେ କମିଛି ବୋଲି ଜନସ୍ୱାସ୍ଥ୍ୟ ନିଦେ୍ର୍ଧଶକ ନିରଞ୍ଜନ ମିଶ୍ର କହିଛନ୍ତି । ସେ କହିଛନ୍ତି ଯେ, ବର୍ତ୍ତମାନ ସଂକ୍ରମଣ ଟିକେ କମିଛି । ୧୦ରୁ ୧୨ ହଜାର ଭିତରେ ରହୁଛି । ଟ୍ରାନ୍ସମିଶନ ଚେନ ବ୍ରେକ କରିବାକୁ ଲକଡାଉନ ଜରୁରୀ ଥିଲା । ୨ରୁ ୮ ସପ୍ତାହ ମଧ୍ୟରେ ଲକଡାଉନର ପ୍ରଭାବ ଜଣାପଡ଼ିବ । ସଂକ୍ରମଣ କମିବ । ଗ୍ରାମାଞ୍ଚଳରେ ଅଙ୍ଗନବାଡ଼ି କର୍ମୀ, ଆଶା ଓ ଏଏନଏମଙ୍କୁ ନଜର ରଖିବା ପାଇଁ କୁହାଯାଇଛି । ଅଙ୍ଗନବାଡ଼ି କର୍ମୀ, ଆଶା ଓ ଏଏନଏମ ଘରକୁ ଘର ବୁଲି ଟେଷ୍ଟିଂ କରୁଛନ୍ତି । ସିଡିଏମଓ ଓ ଜିଲ୍ଲାପାଳ ରେଗୁରାଲ ଆସେସମେଣ୍ଟ କରୁଛନ୍ତି । ଗାଁମାନଙ୍କରେ ସାମାନ୍ୟତମ ଅଧିକ ସଂକ୍ରମଣ ଅଛି । ବିଶେଷ ଅଧିକ ନାହିଁ । ବର୍ତ୍ତମାନ ଗାଁ ମାନଙ୍କରେ ୫୫ରୁ ୬୦ ପ୍ରତିଶତ ସଂକ୍ରମଣ ଅଛି ବୋଲି ଜନସ୍ୱାସ୍ଥ୍ୟ ନିଦେ୍ର୍ଧଶକ ନିରଞ୍ଜନ ମିଶ୍ର କହିଛନ୍ତି ।
ପ୍ରକାଶ ଯେ, ରାଜ୍ୟରେ ଆଉ ୧୦୭୫୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଂଟାଇନରେ ୬୦୨୪ ଜଣ ଥିବାବେଳେ ସ୍ଥାନୀୟ ସଂସ୍ପର୍ଶରେ ଆସି ୪୭୩୩ ଜଣ ସଂକ୍ରମିତ ହୋଇଛନ୍ତି । ଏଯାବତ ରାଜ୍ୟରେ ୬ ଲକ୍ଷ ୨୨ ହଜାର ୯୮୧ କରୋନା ସଂକ୍ରମିତ ଚିହ୍ନଟ ହୋଇସାରିଛନ୍ତି ।
ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ, ଅନଗୁଳରେ ୬୦୬, ବାଲେଶ୍ୱରରେ ୩୫୪, ବରଗଡ଼ରେ ୪୦୪, ଭଦ୍ରକରେ ୪୪୩, ବଲାଙ୍ଗୀରରେ ୫୦୭, ବୌଦ୍ଧରେ ୧୩୩, କଟକରେ ୯୭୩, ଦେବଗଡ଼ରେ ୧୦୨, ଢେଙ୍କାନାଳରେ ୨୮୯, ଗଜପତିରେ ୧୪୧, ଗଞ୍ଜାମରେ ୨୦୯, ଜଗତସିଂହପୁରରେ ୨୧୯, ଯାଜପୁରରେ ୨୮୧, ଝାରସୁଗୁଡ଼ାରେ ୩୮୮, କଳାହାଣ୍ଡିରେ ୧୨୫, କନ୍ଧମାଳରେ ୮୭, କେନ୍ଦ୍ରାପଡ଼ାରେ ୧୪୮, କେନ୍ଦୁଝରରେ ୨୦୮, ଖୋର୍ଦ୍ଧାରେ ୯୦୯, କୋରାପୁଟରେ ୨୮୨, ମାଲକାନାଗିରିରେ ୧୨୩, ମୟୂରଭଞ୍ଜରେ ୪୫୪, ନବରଙ୍ଗପୁରରେ ୩୮୬, ନୟାଗଡରେ ୨୨୭, ନୂଆପଡ଼ାରେ ୫୦୨, ପୁରୀରେ ୩୫୦, ରାୟଗଡ଼ାରେ ୧୩୬, ସମ୍ବଲପୁରରେ ୪୯୪, ସୋନପୁରରେ ୨୪୫, ସୁନ୍ଦରଗଡ଼ରେ ୮୩୨ ଓ ରାଜ୍ୟ ପୁଲରେ ୨୦୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
Powered by Froala Editor