ଜ୍ୟାକଲିନଙ୍କୁ ଆଶ୍ବସ୍ତି : ଜାମିନ ମିଳିଲା, ଏଣିକି କୋର୍ଟ ଅନୁମତିରେ ଯାଇପାରିବେ ବିଦେଶ
୨୦୦ କୋଟି ଟଙ୍କା ମନି ଲଣ୍ଡରିଂ ମାମଲାରେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ପଟିଆଲା ହାଉସ କୋର୍ଟ ଆଶ୍ବସ୍ତି ଦେଇଛନ୍ତି। ଜ୍ୟାକଲିନଙ୍କୁ ଜାମିନ ଦେଇଛନ୍ତି କୋର୍ଟ। ଏହାପରେ କୋର୍ଟ କିଛି ସର୍ତ୍ତି ରଖିଛନ୍ତି। ଏହି ସର୍ତ୍ତ ଅନୁଯାୟୀ ଅଭିନେତ୍ରୀ କୋର୍ଟଙ୍କ ଅନୁମତି ନେଇ କିଛିଦିନ ପାଇଁ ଦେଶ ବାହାରକୁ ସହଜରେ ଯାଇ ପାରିବେ, କିନ୍ତୁ ସବୁଦିନ ପାଇଁ ଦେଶ ଛାଡ଼ି ପାରିବେ ନାହିଁ।
ଅଭିନେତ୍ରୀଙ୍କ ଜାମିନ ନିବେଦନ ଉପରେ ଶୁଣାଣି ନଭେମ୍ବର ୧୧ ତାରିଖରେ ହେବାର ଥିଲା। ତେବେ କୋର୍ଟ ରାୟ ସଂରକ୍ଷିତ ରଖିଥିଲେ। ଅଭିନେତ୍ରୀଙ୍କ ଅନ୍ତରୀଣ ଜାମିନ୍ ନଭେମ୍ବର ୧୦ ତାରିଖରୁ ସମାପ୍ତ ହୋଇଯାଇଥିଲା। ତେବେ କୋର୍ଟ ୨ ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚାଲିକା (ସିଓରିଟି ବଣ୍ଡ)ରେ ଜାମିନ ମଞ୍ଜୁର କରିଛନ୍ତି।
ଜ୍ୟାକଲିନ୍ ପ୍ରଥମେ ଅନ୍ତରୀଣ ଜାମିନରେ ଥିଲେ। ଏବେ ତାଙ୍କୁ ନିୟମିତ ଜାମିନ୍ ମିଳିଯାଇଛି। ତେବେ ନିୟମିତ ଜାମିନ ଲାଗି ଅଭିନେତ୍ରୀଙ୍କ ଆବେଦନ ଉପରେ ପ୍ରବର୍ତ୍ତ ନିର୍ଦ୍ଦେଶାଳୟ(ଇଡି) ଆପତ୍ତି କରିଥିଲେ। ଜାମିନ ପାଇଲେ ଅଭିନେତ୍ରୀ ବିଦେଶ ପଳାଇ ଯାଇ ପାରନ୍ତି ଓ ସାକ୍ଷ ପ୍ରମାଣକୁ ପ୍ରଭାବିତ କରିପାରନ୍ତି ବୋଲି ଇଡି ଆଶଙ୍କା କରିଥିଲେ। ତେବେ ଇଡିଙ୍କ ଯାଞ୍ଚରେ ସହଯୋଗ କରିବା ଲାଗି ଜ୍ୟାକଲିନ ଭରସା ଦେଇଛନ୍ତି। କୋର୍ଟଙ୍କ ନିଷ୍ପତ୍ତିରେ ଏବେ ଜ୍ୟାକଲିନ୍ ବିଦେଶ ମଧ୍ୟ ଯାଇପାରିବେ।
Powered by Froala Editor