ଡିଜେଲ ଟ୍ୟାଙ୍କର ଓଲଟିଲା : ବୋତଲ, ହାଣ୍ଡି, ବାଲ୍ଟିରେ ବୋହିନେଲେ ଲୋକ
କୋରାପୁଟ ଜିଲାର କାକିରିଗୁମ୍ମା-ଦାମନଯୋଡି ରାସ୍ତାରେ ଏକ ଡିଜେଲ ଭର୍ତ୍ତି ଟ୍ୟାଙ୍କର (ଓଡି-୩୩ଟି-୧୧୫୦) ଭିତରଗଡ ଗ୍ରାମ ନିକଟରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଓଲଟି ପଡିଥିଲା। ସ୍ଥାନୀୟ ଲୋକେ ଟ୍ୟାଙ୍କରରୁ ପ୍ଲାଷ୍ଟିକ ବୋତଲ, ଜାର, ହାଣ୍ଡି ଓ ବାଲ୍ଟି ଧରି ତେଲ ବୋହି ନେଇଛନ୍ତି। କାକିରିଗୁମା ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଯିଏ ଯାହା ପାଇଲେ ସେଥିରେ ବୋହିନେଲେ ଡିଜେଲ ।
ଡିଜେଲ ବୋଝେଇ ଟ୍ୟାଙ୍କରଟି ରାୟଗଡ-କୋରାପୁଟ ୩୨୬ ଜାତୀୟ ରାଜପଥରେ ଆସି ଦାମନଯୋଡି ଅଭିମୁଖେ ଯାଉଥିବା ବେଳେ ଲକ୍ଷ୍ମୀପୁର ବ୍ଳକ୍ ଭିତରଗଡ ନିକଟରେ ଓଲଟି ପଡିଥିଲା। ଗାଡିର ଡ୍ରାଇଭର ଓ ହେଲପର କେବଳ ଜଳକା ହୋଇ ରହିଥିଲେ । କିଏ ବୋତଲରେ ତ କିଏ ଜାରକିନରେ ଭରି କରି ନେଲେ ଡିଜେଲ । ଘଟଣା ସ୍ଥଳରେ କାକିରିଗୁମା ପୋଲିସ ପହଞ୍ଚି ଡିଜେଲ ବୋହି ନେଇ ଯାଉଥିବା ଲୋକଙ୍କୁ ଘଉଡାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି।
Powered by Froala Editor