ବଡ଼ ଖବର: ଏଥର ଏଲଇଡି ମାଧ୍ୟମରେ ବାବାଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ
ଆଠଗଡ଼: ଏଥର ଏଲଇଡି ମାଧ୍ୟମରେ ବାବାଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ। ବାବାଙ୍କ ସମସ୍ତ ରୀତିନୀତି ସମ୍ପନ୍ନ କରାଯିବା ସହ ଗଜଭୋଗ ବି ଶ୍ରଦ୍ଧାଳୁ ପାଇପାରିବେ ବୋଲି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି କହିଛନ୍ତି ।
ଏନେଇ ଜିଲ୍ଲାପାଳ କହିଛନ୍ତି, ଝୁଲା ପୋଲ ଅବସ୍ଥା ଯାହା ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଯାତାୟତ କରିବା ବିପଦସଙ୍କୁଳ । ଅନ୍ୟ କୌଣସି ମାର୍ଗରେ ବି ଶ୍ରଦ୍ଧାଳୁଙ୍କୁ ପୀଠକୁ ନିଆଯିବା ସମ୍ଭବ ନୁହେଁ । ତେଣୁ ୧୪୪ ଧାରା ଲାଗୁ କରାଯାଇଛି। ହେଲେ ଏଥିରେ ଭକ୍ତମାନେ ନିରାଶ ହେବାର ଆବଶ୍ୟକତା ନାହିଁ।
କାରଣ ଚଳିତ ବର୍ଷ ଭକ୍ତମାନେ ବାବା ଧବଳେଶ୍ୱରଙ୍କ ଦର୍ଶନ ସିଧାସଳଖ କରି ନ ପାରିଲେବି ଭର୍ଚୁଆଲ ଦର୍ଶନ କରିପାରିବେ । ଏଥିନିମନ୍ତେ ଝୁଲା ପୋଲ ନିକଟରେ କରାଯିବ LED ଟିଭିର ବ୍ୟବସ୍ଥା । ଏଥିସହ ଗଜ ଭୋଗ ଓ ଅନ୍ୟାନ୍ୟ ଶୁଖିଲା ଭୋଗ ଭକ୍ତଙ୍କ ମଧ୍ୟରେ ବିତରଣ ବ୍ୟବସ୍ଥା ବି କରାଯିବ । ଏହାବାଦ ଛୋଟ ଛୋଟ ଦୋକାନୀ ଧବଳେଶ୍ୱରଙ୍କ ନିକଟରେ ପ୍ରତିବର୍ଷ କରୁଥିବା ମେଳାକୁ ଚଳିତ ବର୍ଷ ବି ବନ୍ଦ କରାଯିବନି। ଜିଲ୍ଲା ପ୍ରଶାସନ ଏଥିନିମନ୍ତେ ସ୍ଥାନ ଚିହ୍ନଟ କରି ଦୋକାନୀମାନଙ୍କୁ ବିତରଣ କରିବ ।
ଗୁଜରାଟରେ ଝୁଲା ପୋଲ ଟ୍ରାଜେଡି ପରେ ତତ୍ପର ହୋଇପଡ଼ିଥିବା ସ୍ଥାନୀୟ ପ୍ରଶାସନ କଲିକତାରୁ ବୈଷୟିକ ଟିମ୍ ଆଣି ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ପୋଲରେ ଫାଟ ଥିବା ଜଣାପଡ଼ିବା ପରେ ପ୍ରଶାସନ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ୧୪୪ ଧାରା ଜାରି କରାଯାଇଛି।
Powered by Froala Editor