ୱାର୍ଡ ମେମ୍ବରଙ୍କ ମୃତଦେହ ଉଦ୍ଧାର
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ସଦର ଥାନା ଅଞ୍ଚଳରେ ପଞ୍ଚାୟତ ସଭାକୁ ଯାଇଥିବା ଜଣେ ୱାର୍ଡ ମେମ୍ବରଙ୍କ ମୃତଦେହ ଆଜି ସକାଳୁ ଏକ ନାଳରୁ ଉଦ୍ଧାର ହୋଇଛି। ମୃତକ ହେଲେ ତଳ ଯାଗର ଗ୍ରାମର ୱାର୍ଡ଼ ମେମ୍ବର ଭଗବାନ ଦେହୁରୀ ।
ଗତକାଲି କୁମୁଣ୍ଡି ପଞ୍ଚାୟତରେ ଏକ ସଭାକୁ ଯାଉଛି କହି ଘରୁ ବାହାରି ଯାଇଥିଲେ ଭଗବାନ ହେଲେ ରାତି ସୁଦ୍ଧା ଆଉ ଘରକୁ ଫେରି ନ ଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ଆଜି ସକାଳ ଗାଁ ନିକଟରେ ଯାଇଥିବା ଏକ ନାଳରୁ ତାଙ୍କ ମୃତଦେହ ଉଦ୍ଧାର କରିଥିଲେ । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ପରିବାର ଲୋକ ହତ୍ୟା ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Powered by Froala Editor