୩ ଦିନ ପରେ ଡ୍ୟାମ୍ରୁ ଯୁବକଙ୍କ ମୃତଦେହ ଉଦ୍ଧାର
କେନ୍ଦୁଝର: ୩ ଦିନ ପରେ ଡ୍ୟାମ୍ରୁ ମିଳିଲା ଯୁବକଙ୍କ ମୃତଦେହ। କେନ୍ଦୁଝର ସଦର ଥାନା କାନଝରି ଡ୍ୟାମରୁ ରବିବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ପ୍ରତିକ୍ଷ ମହାନ୍ତ ବୋଲି ଜଣାପଡ଼ିଛି।
ଖବର ଅନୁଯାୟୀ, ରବିବାର ସକାଳୁ କାନଝରି ଡ୍ୟାମରେ ଜଣେ ଯୁବକଙ୍କ ମୃତଦେହ ଭାସୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ମୃତ ଯୁବକ ଜଣଙ୍କ ପ୍ରତିକ୍ଷ ମହାନ୍ତ ବୋଲି ଜଣାପଡ଼ିଛି। ପ୍ରତିକ୍ଷ ୩ ଦିନ ତଳେ ଡ୍ୟାମ୍ ଉପରେ ବାଇକ୍ ରଖି ପାଣିକୁ ଡେଇଁପଡ଼ିଥିବା ଅଭିଯୋଗ ହୋଇଥିଲା। ସଦର ଥାନାରେ ଯୁବକଙ୍କ ପରିବାର ଲୋକ ନିଖୋଜ ଅଭିଯୋଗ କରିଥିଲେ। ଏହାପରେ ପୋଲିସ ଓ ଅଗ୍ନିଶମ ବାହିନୀ ଶୁକ୍ରବାର ଡ୍ୟାମ୍ରେ ଖୋଜାଖୋଜି କରି ନିରାଶ ହୋଇଥିଲେ। ତେବେ ଆଜି ସକାଳୁ ଡ୍ୟାମ୍ରେ ପ୍ରତିକ୍ଷଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି।
Powered by Froala Editor