ଡିସେମ୍ବରରେ ବାହାହେବେ ହଂସିକା!
ଅଭିନେତ୍ରୀ ହଂସିକା ମୋଟୱାନି ଚଳିତ ବର୍ଷ ବିବାହ କରିବେ ବୋଲି ଶୁଣାଯାଉଛି । ହଂସିକା ଜୟପୁରରେ ଥିବା ୪୫୦ ବର୍ଷ ପୁରୁଣା ମୁଂଡୋତା କିଲାରେ ବିବାହ କରିବେ । ଆସନ୍ତା ଡିସେମ୍ବରରେ ସେ ଏହି କିଲାରେ ବିବାହ କରିବେ । ସେଥିପାଇଁ ଏବେଠାରୁ କୁଆଡେ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ହେଲେ ହଂସିକାଙ୍କ ପକ୍ଷରୁ ଏ ନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ ।
ଖବର ଅନୁଯାୟୀ, ହଂସିକା ଜଣେ ବିଜନେସମ୍ୟାନଙ୍କୁ ବିବାହ କରୁଥିବା ଆଲୋଚନା ହେଉଛି । ଏବେ ପର୍ଯ୍ୟନ୍ତ ହଂସିକା ମୋଟୱାନିଙ୍କ ବିବାହ ତାରିଖ ସ୍ପଷ୍ଟ ହୋଇ ନ ଥିବା ବେଳେ ଡିସେମ୍ବରରେ ବିବାହ କରିବାକୁ ସେ ପ୍ରସ୍ତୁତ ହେଉଥିବା କୁହାଯାଉଛି । ସାଂସ୍କୃତିକ ଭାବେ ସମୃଦ୍ଧ ଜୟପୁର ସହରରେ ଅତିଥିମାନଙ୍କ ଆଗମନ ପାଇଁ ବହୁ ପୂର୍ବରୁ ସମସ୍ତ ବ୍ୟବସ୍ଥା କରାଯାଉଛି ।
Powered by Froala Editor