ଲୋକପ୍ରିୟ ଅଭିନେତ୍ରୀ ବୈଶାଳୀ ଠକ୍କରଙ୍କ ଆତ୍ମହତ୍ୟା

ଟେଲିଭିଜନ ଜବଗତର ଲୋକପ୍ରିୟ ଅଭିନେତ୍ରୀ ବୈଶାଳୀ ଠକ୍କର ଆତ୍ମହତ୍ୟା କରିଛନ୍ତି । ଇନ୍ଦୋରସ୍ଥିତ ଘରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ବୈଶାଳୀ । ତେଜାଜୀ ନଗର ପୋଲିସ ବୈଶାଳୀଙ୍କ ମୃତଦେହ ଜବତ କରିଥିବା ବେଳେ ତାଙ୍କ ଘରୁ ଏକ ସୁଇସାଇଡ ନୋଟ ଜବତ କରାଯାଇଛି । ପୋଲିସ ଏକ ମାମଲା ରୁଜୁ କରି ମୃତଦେହକୁ ପୋଷ୍ଟମର୍ଟମ ପାଇଁ ଏମଏସ ହସ୍ପିଟାଲକୁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।
ଅନୁସନ୍ଧାନରେ ପ୍ରେମ ସମ୍ପର୍କରୁ ସେ ଏପରି ଚରମ ନିଷ୍ପତ୍ତି ସାମ୍ନାକୁ ଆସିଛି। ସେ ଏଥିରେ ତାଙ୍କର ପୂର୍ବ ବୟଫ୍ରେଣ୍ଡ୍ଙ୍କ ନାମ ଉଲ୍ଲେଖ କରିଥିବା ଜଣାପଡ଼ିଛି । ଏ ମାମଲାରେ ଅଧିକ ପଚରାଉଚୁରା କରୁଛି ପୋଲିସ୍ ।
ବୈଶାଳୀ ଷ୍ଟାର୍ ପ୍ଲସ୍ ସିରିଏଲ୍ ୟେ ରିସ୍ତା କ୍ୟା କେହଲତା ହୈ’ରେ କ୍ୟାରିଅର୍ ଆରମ୍ଭ କରିଥିଲେ । ଏଥିରେ ସଞ୍ଜନାଙ୍କ ଚରିତ୍ରରେ ଅଭିନୟ କରିଥିଲେ। ଯାହା ପରେ ବହୁତ ଲୋକପ୍ରିୟ ହୋଇଥିଲେ। ଏ ହୈ ଆଶିକୀ, ସସୁରାଲ୍ ସିମରକା ସୁପର ମିଷ୍ଟର, ଲାଲ୍ ଇଶ୍କରେ ନଜର ଆସିଥିଲେ। ତାଙ୍କୁ ନେଗେଟିଭ୍ ରୋଲ୍ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ଗୋଲ୍ଡେନ୍ ପେଟାଲ୍ ଆୱାର୍ଡ ମିଳିଥିଲା ।
Powered by Froala Editor