ମେଡିସିନ୍ରେ ନୋବେଲ୍ ପାଇବେ ବୈଜ୍ଞାନିକ ସ୍ୱେନ୍ତେ ପାବୋ

ମେଡିସିନ୍ କ୍ଷେତ୍ରରେ ଦିଆଯାଉଥିବା ନୋବେଲ ପୁରସ୍କାର ଘୋଷଣା ହୋଇଛି। ସାଇକୋଲୋଜୀ ଓ ଔଷଧ ପାଇଁ ୨୦୨୨ ନୋବେଲ୍ ପୁରସ୍କାର ପାଇବେ ସୁଇଡେନ୍ ବୈଜ୍ଞାନିକ ସ୍ୱାନ୍ତେ ପାବୋ। ମାନବବିବର୍ତ୍ତନ ସମ୍ପର୍କିତ ଗବେଷଣା ପାଇଁ ତାଙ୍କୁ ୨୦୨୨ ନୋବେଲ୍ ପୁରସ୍କାର ମିଳିବ।
ପାବୋ ପେଲିଓଜେନେଟିକ୍ସର ଅନ୍ୟତମ ପ୍ରତିଷ୍ଠାତା ଅଟନ୍ତି, ସେ ନିଏଣ୍ଡରଥାଲ୍ ଜିନୋମ ଉପରେ ମୁଖ୍ୟ ରୂପୋ କାମ କରିଥିଲେ। ସେ ଜର୍ମାନୀର ଲିପିଜିଙ୍ଗରେ ଥିବା ମ୍ୟାକ୍ସ ପ୍ଲାଙ୍କ ଇନଷ୍ଟିଚ୍ୟୁଟ୍ ଫର ଇଭୋଲ୍ୟୁସନାରୀ ଆନ୍ଥ୍ରୋପୋଲୋଜିରେ ମେଞ୍ଜେନେଟିକ୍ସ ବିଭାଗର ନିର୍ଦ୍ଦେଶକ ମଧ୍ୟ ଥିଲେ। ପାବୋଙ୍କୁ ଏକ ସ୍ୱର୍ଣ୍ଣ ମୁଦ୍ରା ଓ ୧୦ ନିୟୁତ ସ୍ୱିଡିସ୍ କ୍ରୋନୋର ବା ୧.୧୪ ନିୟୁତ ଡଲାର ପୁରସ୍କାର ରାଶି ମିଳିବ।
ନୋବେଲ ପୁରସ୍କାର କମିଟି କହିଛନ୍ତି, “ଅଗ୍ରଗାମୀ ଅନୁସନ୍ଧାନ ମାଧ୍ୟମରେ ସାନ୍ତେ ପାବୋ ଏପରି କିଛି କାର୍ଯ୍ୟ କରିଛନ୍ତି ଯାହା ଅସମ୍ଭବ ମନେହୁଏ। ବର୍ତ୍ତମାନର ମଣିଷର ବିଲୁପ୍ତ ସମ୍ପର୍କୀୟ ନିଏଣ୍ଡରଥାଲଙ୍କ ଜିନୋମକୁ ଆବିଷ୍କାର କରିବା ଏକ ବଡ ସଫଳତା। ଏହାପୂର୍ବରୁ ମଧ୍ୟ ସେ ଅଜଣା ଥିବା ଏକ ହୋମିନିନ୍ ( ବିବର୍ତ୍ତନ ଅନୁସାରେ ମାନବର ପୂର୍ବ ରୂପ) ଡୋନିସୋଭାର ଆବିଷ୍କାର କରିଥିଲେ।”
ଚିକିତ୍ସା କ୍ଷେତ୍ରରେ ନୋବେଲ୍ ପୁରସ୍କାର ସହିତ ଅନ୍ୟ କ୍ଷେତ୍ରରେ ମଧ୍ୟ ପୁରସ୍କାର ଘୋଷଣା ଆରମ୍ଭ ହୋଇଯାଇଛି। ମଙ୍ଗଳବାରରେ ଭୌତିକ ବିଜ୍ଞାନ କ୍ଷେତ୍ରରେ ନୋବେଲ ପୁରସ୍କାର ଘୋଷଣା କରାଯିବ। ସେହିପରି ବୁଧବାର ରସାୟନ ବିଜ୍ଞାନ ପାଇଁ, ଗୁରବାର ସାହିତ୍ୟ ପାଇଁ ନୋବେଲ୍ ପୁରସ୍କାର ଘୋଷଣା କରାଯିବ ବୋଲି ପୁରସ୍କାର ବିତରକ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ଶାନ୍ତି ପାଇଁ ଶୁକ୍ରବାର ପୁରସ୍କାର ଘୋଷଣା ହେବାକୁ ଥିବା ବେଳେ ଅର୍ଥନୀତି ପାଇଁ ଅକ୍ଟୋବର ୧୦ ତାରିଖରେ ପୁରସ୍କାର ଘୋଷଣା ହେବାକୁ ଧାର୍ଯ୍ୟ ହୋଇଛି।
Powered by Froala Editor