ଓଡ଼ିଶା ରାଜସ୍ୱ ସେବାର ୧୪୩ଜଣ ଅଫିସର ଓଏଏସ୍ ପାହ୍ୟାକୁ ଉନ୍ନୀତ

ଭୁବନେଶ୍ୱର: ଓଡ଼ିଶା ରାଜସ୍ୱ ସେବାର ୧୪୩ଜଣ ଅଫିସରଙ୍କୁ ରାଜ୍ୟ ସରକାର ଆଜି ଓଏଏସ୍ ପାହ୍ୟାକୁ ଉନ୍ନୀତ କରିଛନ୍ତି । ଏହି ଅଫିସରମାନେ ଏବେ ଯେଉଁଠି କାର୍ୟ୍ୟ କରୁଛନ୍ତି ସେଠାରେ କାର୍ୟ୍ୟ ଜାରି ରଖିବେ ବୋଲି ନିର୍ଦ୍ଦେଶନାମା ପ୍ରକାଶ ପାଇଛି ।
ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଓଡ଼ିଶା ରାଜସ୍ୱ ସେବା ବା ‘ଗ୍ରୁପ-ବି’ ଅଫିସର ଭାବେ କାର୍ୟ୍ୟ କରୁଥିବା ୧୪୩ଜଣ ଅଫିସରଙ୍କୁ ଓଡ଼ିଶା ପ୍ରଶାସନିକ ସେବା(ନିଯୁକ୍ତି ଓ ସେବା ସର୍ତ୍ତାବଳୀ) ନିୟମାବଳୀ-୨୦୧୧ର ପ୍ରାବଧାନ ଅନୁସାରେ ଓଏଏସ୍ ଗ୍ରୁପ-ଏ(ଜୁନିୟର ବ୍ରାଂଚ) ପାହ୍ୟାକୁ ଉନ୍ନୀତ କରାଯାଇଛି । ଏହି ସମସ୍ତ ଓଆରଏସ୍ ଅଫିସରଙ୍କ ନିଯୁକ୍ତି ବର୍ଷ ଓଏଏସ ପାହ୍ୟାରେ ୨୦୨୨ ଭାବେ ବିବେଚନା କରାଯିବ । ଏହି ଅଫିସରମାନଙ୍କୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ୟ୍ୟନ୍ତ ନିଜ ନିଜ ସ୍ଥାନରେ କାର୍ୟ୍ୟ କରିବାକୁ କୁହାଯାଇଛି ।
Powered by Froala Editor