ମହାଳୟା ଲାଗି ମନ୍ଦିର ଯାଉଥିବାବେଳେ ଓଲଟିଲା ଡଙ୍ଗା, ୨୪ ମୃତ

ରବିବାର ବାଂଲାଦେଶର ପଞ୍ଚାଗଡ଼ ଜିଲ୍ଲାର କରାଟୋୟା ନଦୀରେ ଡଙ୍ଗା ବୁଡ଼ିଯିବାରୁ ପ୍ରାୟ ୨୪ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଛି। ମହାଳୟା ଲାଗି ନଦୀ ପାର ହୋଇ ମନ୍ଦିର ଯାଉଥିବା ଡଙ୍ଗା ଓଲଟିଛି । ମୃତକଙ୍କ ମଧ୍ୟରେ ମହିଳା ଓ ଶିଶୁ ଅଛନ୍ତି। ଏଥିସହ ଅନେକ ନିଖୋଜ ଅଛନ୍ତି। ମାରିଆ କେନ୍ଦ୍ର ପରିଷଦ ଅନ୍ତର୍ଗତ ଅଲିୟାର ଘାଟ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି।
ମହାଳୟା ଉପଲକ୍ଷେ ଲୋକେ ବୋଦେଶରୀ ମନ୍ଦିର ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ସୂଚନା ପାଇବା ପରେ ପଞ୍ଚାଗଡ଼ର ଡେପୁଟି କମିଶନର ମହମ୍ମଦ ଜହୁରୁଲ ଇସଲାମ ଓ ପୁଲିସ ଅଧୀକ୍ଷକ ଏସ ଏମ ସିରାଜୁଲ ହୁଡା ଘଟଣାସ୍ଥଳରେ ପହଞ୍ଚିଥିଲେ। ରବିବାର ମଧ୍ୟାହ୍ନ ପ୍ରାୟ ସାଢେ ଗୋଟାଏ ବେଳେ ଔଲିଆଘାଟ ଅଞ୍ଚଳରେ ଏହି ଦୁର୍ଘଟଣା ହୋଇଥିବା ପଞ୍ଚାଗଡ଼ ଡେପୁଟି କମିଶନର ମହମ୍ମଦ ଜହରୁଲ ଇସ୍ଲାମ କହିଛନ୍ତି। ନୌକାଟି ଇଞ୍ଜିନରେ ଚାଲୁଥିଲା ଓ ଏଥିରେ ଯାତ୍ରା କରୁଥିବା ଆହୁରି ୨୦-୩୦ ଜଣ ଯାତ୍ରୀଙ୍କ ସନ୍ଧାନ ମିଳୁନଥିବା ସେ କହିଛନ୍ତି। ନଦୀରୁ ଶବ ଉଦ୍ଧାର ଓ ନିଖୋଜ ଲୋକଙ୍କ ସନ୍ଧାନ ଲାଗି ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ପଞ୍ଚାଗଡ଼ ଜିଲ୍ଲାପାଳ କହିଛନ୍ତି।
ବାଂଲାଦେଶରେ ୨୦୨୦ରେ ଦୁଇଟି ପୃଥକ ପୃଥକ ନୌକା ଦୁର୍ଘଟଣାରେ ୪୯ ଜଣଙ୍କର ମୃତ୍ୟୁ ହୋଇଥିଲା।
Powered by Froala Editor