ଆତ୍ମସମର୍ପଣ କଲେ ଡ୍ୟାନ୍ସର ସପନା ଚୌଧୁରୀ
ସୋମବାର କୋର୍ଟଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ହରିୟାଣାର ଲୋକପ୍ରିୟ ଡ୍ୟାନ୍ସର ସପନା ଚୌଧୁରୀ । ଠକେଇ ଅଭିଯୋଗରେ ଲକ୍ଷ୍ନୌର ଏସଡିଜେଏମ୍ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି ସପନା । ପୂର୍ବରୁ କୋର୍ଟ ତାଙ୍କ ବିରୁଦ୍ଧରେ ଜାମିନ ବୀହିନ ଗିରଫ ପରଓ୍ବାନା ଜାରି କରିଥିଲେ । ଏହାପରେ ଆଜି ସେ ନିଜ ଆଡୁ କୋର୍ଟରେ ପହଞ୍ଚି ସରେଣ୍ଡର କରିଥିଲେ । ସରେଣ୍ଡର କରିବାର କିଛି ସମୟ ପରେ କୋର୍ଟ ସପନା ଚୌଧୁରୀଙ୍କ ଗିରଫ ଓ୍ବାରେଣ୍ଟ ଫେରାଇ ନେଇଥିଲେ ।
କୋର୍ଟ ସପନା ଚୌଧୁରୀଙ୍କ ବିରୋଧରେ ଓ୍ଵାରେଣ୍ଟ ଏହି ସର୍ତ୍ତରେ ସମାପ୍ତ କରିଛନ୍ତି ଯେ, ସେ କୋର୍ଟ କାର୍ଯ୍ୟରେ ସହଯୋଗ କରିବେ ଏବଂ ନିର୍ଦ୍ଧାରିତ ଶୁଣାଣିରେ ଉପସ୍ଥିତ ରହିବେ। ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୩୦ ତାରିଖ ଧାର୍ଯ୍ୟ କରାଯାଇଛି।
ଅଭିଯୋଗ ଅନୁସାରେ, ଲକ୍ଷ୍ନୌର ସ୍ମୃତି ଉପବନରେ ସପନା ଚୌଧୁରୀଙ୍କ ଏକ ଡ୍ୟାନ୍ସ କାର୍ଯ୍ୟକ୍ରମ ଆୟୋଜନ ହେବାକୁ ଥିଲା ଏଥିପାଇଁ ହଜାର ହଜାର ଟିକେଟ୍ ବିକ୍ରି ହୋଇଥିଲା । ସପନା ଚୌଧୁରୀଙ୍କୁ ଅଗ୍ରୀମ ରାଶି ମଧ୍ୟ ଦିଆ ସରିଥିଲା । କିନ୍ତୁ ସପନା ଚୌଧୁରୀ ପହଞ୍ଚିଲେ ନାହିଁ, ଫଳରେ କାର୍ଯ୍ୟକ୍ରମକୁ ରଦ୍ଦ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ପାଇଁ ସପନା ଅଗ୍ରୀମ ଆକାରରେ ଯେଉଁ ଟଙ୍କା ନେଇଥିଲେ ତାହା ମଧ୍ୟ ଆୟୋଜକଙ୍କୁ ଫେରାଇ ନଥିଲେ । ଏହି ମାମଲାରେ ୨୦୧୮ ଅକ୍ଟୋବର ୧୩ରେ ଆଶିୟାନା ଫାଣ୍ଡିର ସବ ଇନ୍ସପେକ୍ଟର ଫିରୋଜ ଖାନ ସପନା ଚୌଧୁରୀ, ରତ୍ନାକର ଉପାଧ୍ୟାୟ, ଅମିତ୍ ପାଣ୍ଡେ, ପହଲ ଇନଷ୍ଟିଚ୍ୟୁଟ୍ର ଇବାଦ ଅଲୀ, ନବୀନ ଶର୍ମା ଏବଂ ଜୁନୈଦ ଅହମ୍ମଦଙ୍କ ବିରୋଧରେ ଏଫଆଇଆର ରୁଜୁ କରିଥିଲେ।
Powered by Froala Editor