ଆପ୍ର ବିଧାୟକ ଓ ତାଙ୍କ ସହଯୋଗୀ ଗିରଫ

ଦିଲ୍ଲୀ ସରକାରଙ୍କ ଦୁର୍ନୀତି ନିରୋଧ ଶାଖା(ଏସିବି) କ୍ଷମତାସୀନ ଆମ୍ ଆଦମୀ ପାର୍ଟି(ଆପ୍)ର ବିଧାୟକ ଅମନତୁଲ୍ଲା ଖାନ ଓ ତାଙ୍କ ବ୍ୟବସାୟୀ ସହଯୋଗୀ ହମିଦ ଅଲୀଙ୍କୁ ଗିରଫ କରିଛି। ଦିଲ୍ଲୀ ୱାକଫ ବୋର୍ଡରେ ବେଆଇନ ନିଯୁକ୍ତି ଓ ଆର୍ଥିକ ଅନିୟମିତତା ଘଟଣାରେ ତାଙ୍କୁ ଗିରଫ କରାଯାଇଛି। ୨୦୨୦ ମସିହାରେ ଏସିବି ଦୁର୍ନୀତି ନିରୋଧ ଆଇନ୍ ଅନୁଯାୟୀ ଗୋଟିଏ ଏଫଆଇଆର ରୁଜୁ କରିଥିଲା। ଏହାର ୨ ବର୍ଷ ପରେ ବିଧାୟକ ଖାନଙ୍କୁ ଗିରଫ କରାଯାଇଛି।
ତେବେ ଅମାନତୁଲ୍ଲାହ ଗିରଫ ହେବା ପରେ ପ୍ରତିକ୍ରିୟା ଦେଇଛି ଆମ ଆଦମୀ ପାର୍ଟି। ଏକ ଭିତ୍ତିହୀନ ମାମଲାରେ ଅମାନତୁଲ୍ଲାଙ୍କୁ ଗିରଫ କରାଯାଇଛି। ରେଡ୍ ସମୟରେ ତାଙ୍କ ଘରୁ କୌଣସି ଆପତ୍ତିକର ଜିନିଷ ବାହାରି ନାହିଁ ବୋଲି ଆପ୍ କହିଛି। ଦଳକୁ ବଦନାମ କରିବାକୁ ଏକ ନୂଆ ଷଡ଼ଯନ୍ତ୍ର କରାଯାଉଛି ବୋଲି ଆପ୍ କହିଛି।
ଏହାକୁ ନେଇ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ବିଜେପିକୁ ସମାଲୋଚନା କରିଛନ୍ତି। ଆପ୍ର ସମସ୍ତ ନେତାକୁ ବାହାର କରିଦେବା ପାଇଁ ଅପରେସନ ଲୋଟସ ଜାରି ରହିଛି ବୋଲି ଆପ୍ କହିଛି।
ଏସିବି ମୁଖ୍ୟ ମଧୁର ବର୍ମା କହିଛନ୍ତି, ଦିଲ୍ଲୀର ବିଭିନ୍ନ ସ୍ଥାନରେ ଏସିବି ଶୁକ୍ରବାର ରେଡ୍ କରିଥିଲା। ଏହି ସମୟରେ ନଗଦ ୨୪ ଲକ୍ଷ ଟଙ୍କା, ୨ଟି ବେଆଇନ ବନ୍ଧୁକ ଓ ଗୁଳିଗୋଳା ମିଳିଥିଲା। ଏହାବାଦ ଅନେକ ପ୍ରକାରର ଜମିଜମା କାଗଜପତ୍ର ଓ ଆର୍ଥିକ କାରବାର ସମ୍ପର୍କିତ ଦସ୍ତାବିଜ ମଧ୍ୟ ଜବତ କରାଯାଇଛି।
Powered by Froala Editor