୧୯ରେ ଏଲଜାବେଥ୍ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାର, ଯୋଗ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ସେପ୍ଟେମ୍ୱର ୧୯ରେ ୱେଷ୍ଟମିନିଷ୍ଟର ଏମ୍ୱେରେ ମହାରାଣୀ ଏଲଜାବେଥ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାର କରାଯିବ। ମହାରାଣୀଙ୍କ ଅନ୍ତିମ ସଂସ୍କାରରେ ଯୋଗ ହେବେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେପ୍ଟେମ୍ୱର ୧୭ରୁ ୧୯ ଦୁଇ ଦିନିଆ ବ୍ରିଟେନ ଗସ୍ତ ଯାଇଁ ଭାରତ ସରକାରଙ୍କ ପକ୍ଷରୁ ସମବେଦନା ଜଣାଇବେ।
ବ୍ରିଟେନର ମହାରାଣୀ ଏଲିଜାବେଥ ଦ୍ଵିତୀୟଙ୍କର ଗତ ୮ ତାରିଖରେ ମୃତ୍ୟୁ ହୋଇଛି। ଆସନ୍ତା ୧୯ ତାରିଖରେ ୱେଷ୍ଟମିନଷ୍ଟର ଆବେରେ ତାଙ୍କର ଶେଷକୃତ୍ୟ ହେବ। ସେଥିରେ ତାଙ୍କ ପରିବାର ସମେତ ରାଜନେତା ଏବଂ ବିଶ୍ବ ନେତୃବୃନ୍ଦ ଯୋଗଦେବେ। ତେବେ ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବ୍ରିଟେନ ଗସ୍ତ କରିବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୧୭ ରୁ ୧୯ ସେପ୍ଟେମ୍ବର ଲଣ୍ଡନ ଗସ୍ତ କରି ଭାରତ ସରକାରଙ୍କ ତରଫରୁ ସମବେଦନା ଜଣାଇବେ।
ସୂଚନା ଥାଉ କି ଗୁରୁବାରଠାରୁ ୪ ଦିନ ପାଇଁ ରାଣୀଙ୍କ ମରଶରୀର ବିଭିନ୍ନ ବର୍ଗର ଲୋକଙ୍କ ଶେଷଦର୍ଶନ ପାଇଁ ରହିବ। ଏହାପରେ ଲଣ୍ଡନରୁ ୱିଣ୍ଡସର କ୍ୟାସେଲକୁ ଏକ ଶୋଭାଯାତ୍ରାରେ ନିଆଯିବ। ରାଣୀଙ୍କୁ ୱିଣ୍ଡସରର ରାଜା ଷଷ୍ଠ ଜର୍ଜଙ୍କ ସ୍ମାରକୀ ଚାପେଲ୍ରେ ସବୁଦିନ ପାଇଁ ବିଶ୍ରାମ ଦିଆଯିବ। ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ରାଣୀଙ୍କ ଶେଷକୃତ୍ୟ ହେବ।

Powered by Froala Editor