ହତ୍ୟା ଅଭିଯୁକ୍ତଙ୍କୁ ଓଡ଼ିଶାରୁ ଧରିଲା ପଞ୍ଚିମବଙ୍ଗ ପୁଲିସ : ଶ୍ରମିକ ଭାବେ ଲୁଚିଥିଲେ, ଗାଡି ନଂ ପ୍ଲେଟ୍ରେ କାଦୁଅ ଲେପି ଖୋଜୁଥିଲା ପୁଲିସ

ଏକ ହତ୍ୟା ମାମଲାରେ ଅଭିଯୁକ୍ତ ଥାଇ କେନ୍ଦୁଝର ଜିଲ୍ଲା ସୋସୋ ଥାନା ଅଞ୍ଚଳରେ ଲୁଚିଥିବା ତିନିଜଣ ଅଭିଯୁକ୍ତଙ୍କୁ ପଶ୍ଚିମବଙ୍ଗ ପୁଲିସ ଗିରଫ କରିବାରେ ସଫଳ ହୋଇଛି । ପଶ୍ଚିମବଙ୍ଗ ପୁଲିସ ଏମ.ଡି ଗୁଳାମା ମୁ ର୍ାଜ, ତାର ଭାଇ ମୁସ୍ତଫିଜ ରହେମାନ, ଓ ଗୁଲଜାରୀ ଏସକେ ନାମକ ବ୍ୟକ୍ତିଙ୍କୁ ଆଗରପଡା ଥାନାକୁ ନେଇ ଡାକ୍ତରୀପରୀକ୍ଷା କରାଇବା ପରେ ପ୍ରଥମେ ହାଟଡିହି କୋର୍ଟରେ ଓ ପୁନର୍ବାର ତହସିଲଦାରଙ୍କ ନିକଟରେ ହାଜର କରାଇ ପଶ୍ଚିମବଙ୍ଗ ନେଇ ଯାଇଥିବା ଜଣାଯାଇଛି ।
ପୁଲିସ ନିକଟରୁ ମିଳିଥିବା ସୁଚନା ଅନୁଯାଇ ମୁର୍ଷିଦାବାଦ ଜିଲ୍ଲା ବେଲଡାଙ୍ଗ ଥାନା ଡାଳୁଆ ଗ୍ରାମରେ ଗତ ୧୦ଦିନ ତଳେ ଏକ ହତ୍ୟାକାଣ୍ଡ ଘଟିଥିଲା । କିଛି ବ୍ୟକ୍ତି ପୁର୍ବ ବିବାଦକୁ ନେଇ ପ୍ରତିଷୋଧ ପରାୟଣ ହୋଇ ସେହି ଗାଁର କେ ମୁସରତ ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିଥିଲେ । ଏହି ହତ୍ୟାକାଣ୍ଡ ଘଟଣାରେ ସଂପୃକ୍ତଥିବା ତିନିଜଣ ଅଭିଯୁକ୍ତ ଓଡିଶା ପଳାଇ ଆସି ସୋସୋ ଥାନା ଅଞ୍ଚଳର ବରାଙ୍ଗରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ରହୁଥିଲେ । ସେମାନେ ବରାଙ୍ଗ ନିକଟରେ କାମ କରୁଥିବା ଏକ ଠିକାସଂସ୍ଥାରେ ଶ୍ରମିକଭାବେ କାମ କରି ରହିଥିଲେ । ସେମାନଙ୍କ ଟେଲିଫୋନକୁ ଟ୍ରାକିଂ କରି ବେଇତାଙ୍ଗ ଥାନାର ତଦନ୍ତକାରୀ ଅଫିସର ଏସ.ଆଇ ଅତନୁ ଦାସ, ଏସ.ଆଇ ଗୋବିନ୍ଦ, ଏଏସଆଇ ସମ୍ପିତୋ ପ୍ରମୁଖ ଗତକାଲି ସୋସୋ ଥାନା ଅଞ୍ଚଳରେ ପହ ି ଥିଲେ । ସେମାନେ ଗତକାଲି ନିଜ ସ୍କୋର୍ପିଓ ଗାଡିର ନମ୍ବର ପ୍ଲେଟରେ କାଦୁଅ ଲେପି ଦିନସାରା ଏହି ଅ ଳରେ ବୁଲି ବୁଲି ସେମାନଙ୍କୁ ଠାବ କରିବାପରେ ସୋସୋ ପୁଲିସ ସହଯୋଗରେ ଗତକାଲି ରାତିରେ ସେମାନଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ ।
Powered by Froala Editor