ଏନକାଉଣ୍ଟରରେ ୨ ଆତଙ୍କବାଦୀଙ୍କ ମୃତ୍ୟୁ
ମଙ୍ଗଳବାର ଜମ୍ମୁ-କଶ୍ମୀରର ଅନନ୍ତନାଗ ଜିଲାରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୨ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ମୃତ ଦୁଇ ଆତଙ୍କୀଙ୍କ ପରିଚୟ ଦାନିଶ ଭଟ୍ଟ ଏବଂ ବଶାରତ ନଭୀ ରୂପେ ହୋଇଛି। ଦୁହେଁ ପ୍ରତିବନ୍ଧିତ ଆତଙ୍କୀ ସଂଗଠନ ହିଜବୁଲ ମୁଜାହିଦୀନର ସହ ଜଡିତ ଥିଲେ। ଦୁହେଁ ୨୦୨୧ରେ ଏପ୍ରିଲ ୯ରେ ଜଣେ ଟିଏ କର୍ମୀଙ୍କ ହତ୍ୟାରେ ସାମିଲ ଥିଲେ। ସେହିପରି ୨୦୨୧ ମେ ୨୯ରେ ଦୁଇ ନାଗରିକଙ୍କ ହତ୍ୟାରେ ସାମିଲ ଥିଲେ। ଅଧିକ ଆତଙ୍କବାଦୀଙ୍କ ସନ୍ଧାନରେ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେଶନ ଜାରି ରହିଛି।
ସୋମବାର ଆତଙ୍କବାଦୀମାନେ ଅନନ୍ତନାଗର ଇମାମସାହିବ ଅଞ୍ଚଳରେ ଥିବା ଏସଓଜି କ୍ୟାମ୍ପ ଉପରେ ଆକ୍ରମଣ କରିଥିଲେ। ବିଳମ୍ବିତ ରାତିରେ ଆତଙ୍କବାଦୀମାନେ ଏସଓଜି କ୍ୟାମ୍ପକୁ ଟାର୍ଗେଟ କରି ଗୁଳି ଚଳାଇଥିଲେ। ପରେ ଆତଙ୍କବାଦୀମାନେ ଅନ୍ଧକାରର ସୁଯୋଗ ନେଇ ଘଟଣାସ୍ଥଳରୁ ପଳାୟନ କରିଥିଲେ। ମଙ୍ଗଳବାର ସୁରକ୍ଷାକର୍ମୀ ଏହାର ପ୍ରତିଶୋଧ ନେଇଛନ୍ତି।
Powered by Froala Editor