୧୮ ମହଲାରୁ ଡେଇଁ ‘ବେଡ୍ ବାଥ ଆଣ୍ଡ ବିୟଣ୍ଡ’ ସିଏଫ୍ଓଙ୍କ ଆତ୍ମହତ୍ୟା !

‘ବେଡ୍ ବାଥ ଆଣ୍ଡ ବିୟଣ୍ଡ’ କମ୍ପାନୀର ଚିଫ ଫାଇନାନ୍ସିଆଲ ଅଫିସର୍ ତଥା ସିଏଫ୍ଓ ଗୁସ୍ତାଭୋ ଅର୍ନଲ ୧୮ ମହଲା ଛାତ ଉପରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ସେ ଶୁକ୍ରବାର ଜେଙ୍ଗା ଟାୱାର୍ର ୧୮ ମହଲା ଉପରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ରିଟେଲ୍ କମ୍ପାନୀ ଦ୍ୱାରା କିଛି ଷ୍ଟୋର୍ ବନ୍ଦ କରିବା ଓ କର୍ମଚାରୀଙ୍କୁ ଛଟେଇ ଘୋଷଣା କରିବା ପରେ ସେ ଏହାକୁ ସହି ପାରିନଥିଲେ। ତେଣୁ ଡିପ୍ରେସନରେ ଆସି ସେ ଏଭଳି ଚରମ ନିଷ୍ପତ୍ତି ନେଇଥିବା ପୁଲିସ କହିଛି। କିନ୍ତୁ ପ୍ରକୃତ କାରଣ କ’ଣ ତାହା ଏଯାଏଁ ସ୍ପଷ୍ଟ ହୋଇନି।
ସୂଚନା ଅନୁସାରେ, ଅର୍ନଲ କାମ କରୁଥିବା କମ୍ପାନୀର ଆର୍ଥିକ ଅବସ୍ଥା ଭଲ ନଥିଲା। କମ୍ପାନୀ ଦେବାଳିଆରେ ଚାଲିଥିଲା। ଦେବାଳିଆ ସ୍ଥିତିରୁ ଉଦ୍ଧାର କରିବା ପାଇଁ କମ୍ପାନୀ ୧୫୦ଟି ସ୍ଥାନରେ ପାଖାପାଖି ୨୦ ପ୍ରତିଶତ କର୍ମଚାରୀ ଛଟେଇ କରିବ ବୋଲି ଘୋଷଣା କରିଥିଲା। କମ୍ପାନୀର ଷ୍ଟକ୍ ମୂଲ୍ୟ ବୃଦ୍ଧି କରିବା ସମ୍ପର୍କତି ଏକ ଅଭିଯୋଗ ଅର୍ନଲଙ୍କ ଉପରେ ଲାଗିଥିବାବେଳେ ସେ ଆଇନଗତ ଲଢେଇ ମଧ୍ୟ ଲଢ଼ୁଥିଲେ।
୨୦୨୦ରେ ଅର୍ନଲ ‘ବେଡ୍ ବାଥ ଆଣ୍ଡ ବିୟଣ୍ଡ’ କମ୍ପାନୀରେ ଚାକିରି ଆରମ୍ଭ କରିଥିଲେ। ଏହା ପୂର୍ବରୁ ସେ କସମେଟିକ ବ୍ରାଣ୍ଡ ‘ଆଭନ’ର CFO ଥିଲେ। ପ୍ରୋକ୍ଟର୍ ଆଣ୍ଡ୍ ଗେମ୍ବଲ ସହିତ ଅର୍ନଲଙ୍କର ୨୦ ବର୍ଷର ଅଭିଜ୍ଞତା ମଧ୍ୟ ଥିଲା। ଅର୍ନଲଙ୍କ ମୃତ୍ୟୁ ପରେ ବେଡ୍ ବାଥ ଆଣ୍ଡ ବିଅଣ୍ଡ କମ୍ପାନୀ ଦୁଃଖ ପ୍ରକାଶ କରିବା ଅର୍ନଲ ଦଣେ ପ୍ରତିଭାବାନ କର୍ମଚାରୀ ଥିଲେ ବୋଲି କମ୍ପାନୀ ବୋର୍ଡ କହିଛି।
Powered by Froala Editor