୭ରେ ବାଜିପାରେ ମୋହର : ‘ରାଜପଥ’ର ନାଁ ହେବ ‘କର୍ତ୍ତବ୍ୟ ପଥ’

କେନ୍ଦ୍ର ସରକାର ରାଜପଥର ନାଁ ଏବେ କର୍ତ୍ତବ୍ୟ ପଥ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଦିଲ୍ଲୀର ଐତିହାସିକ ରାଜପଥ୍ ଓ ସେଣ୍ଟ୍ରାଲ ଭିସ୍ତା ଲନର ନାଁ ବଦଳି କର୍ତ୍ତବ୍ୟ ପଥ ହେବ । ନୂଆଦିଲ୍ଲୀ ମୁନିସପାଲ କାଉନସିଲ (ଏନଡିଏମସି) ବୈଠକରେ ଏ ନେଇ ଏକ ପ୍ରସ୍ତାବ ଆଗତ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ପ୍ରସ୍ତାବ ଆଗତ କରିବାକୁ ଆସନ୍ତା ୭ ତାରିଖରେ ଏକ ସ୍ବତନ୍ତ୍ର ଅଧିବେଶନର ଆୟୋଜନ କରାଯାଇଛି ।
ପ୍ରଧାନମନ୍ତ୍ରୀ ମୋଦୀ ଲାଲ କିଲାର ପ୍ରଚୀରରୁ ପରାଧୀନତାର ସବୁ ପ୍ରତୀକକୁ ହଟାଇବା ନେଇ ଅନେକ ଥର ନିଜ ବକ୍ତବ୍ୟରେ କହିଥିଲେ। ଏହାସହ ରାଜପଥ ନାଁର ପରିବର୍ତ୍ତନ କରାଯିବ ବୋଲି ଅନୁମାନ କରାଯାଉଥିଲା। ପ୍ରଧାନମନ୍ତ୍ରୀ ମୋଦୀ ସ୍ୱାଧୀନତା ଦିବସ ଭାଷଣରେ କଲୋନିୟଲ ମାନସିକତାରୁ ମୁକ୍ତି ଉପରେ ଜୋର ଦେଇଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ୨୦୪୭ ଯାଏଁ କର୍ତ୍ତବ୍ୟର ମହତ୍ୱ ଉପରେ ଜୋର ଦେଇଥିଲେ। କର୍ତ୍ତବ୍ୟପଥ ନାମକରଣ ପଛରେ ଏହି ଦୁଇ କାରଣ ଥାଇପାରେ ବୋଲି ଚର୍ଚ୍ଚା ହେଉଛି।
ନୂଆ ନିଷ୍ପତ୍ତି ଅନୁସାରେ, ନେତାଜୀଙ୍କ ପ୍ରତିମୂର୍ତ୍ତିଠାରୁ ରାଷ୍ଟ୍ରପତି ଭବନ ଯାଏଁ ପୂରା ରାସ୍ତା ଏବଂ ଏହି ଅଞ୍ଚଳ କର୍ତ୍ତବ୍ୟ ପଥ ନାଁରେ ପରିଚିତ ହେବ। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଥିବା ରାସ୍ତାର ନାଁ ପରିବର୍ତ୍ତନ କରି ଲୋକ କଲ୍ୟାଣ ମାର୍ଗ ରଖାଯାଇଥିଲା।
ରାଜପଥକୁ ବ୍ରିଟିଶ ସରକାର ସମ୍ରାଟ ୫ମ ଜର୍ଜଙ୍କ ସମ୍ମାନରେ ନାମିତ କରାଯାଇଥିଲା । ଏହାର ମୂଳ ନାମ ଥିଲା କିଙ୍ଗସ ଓ୍ବେ, ଯାହାର ଅନୁବାଦ ହେବ ‘ରାଜପଥ’ । ୧୯୧୧ରେ ବ୍ରିଟିଶ ସରକାର ନୂଆଦିଲ୍ଲୀକୁ ବ୍ରିଟିଶ ଭାରତର ରାଜଧାନୀ କରିବା ପରେ ୫ମ ଜର୍ଜ ଭାରତ ଆସିଥିଲେ । ତାଙ୍କ ସମ୍ମାନରେ ଏହି ରାସ୍ତାର ଏପରି ନାମକରଣ ହୋଇଥିଲା ।

Powered by Froala Editor