ରୋହିଙ୍ଗ୍ୟା ଦେଶ ପାଇଁ ବଡ ବୋଝ ପାଲଟିଛନ୍ତି : ଶେଖ ହସିନା
ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ସେପ୍ଟେମ୍ବର ୫ ରେ ଭାରତ ଗସ୍ତରେ ଆସିବେ। ଏହାପୂର୍ବରୁ ସେ ବାଂଲାଦେଶରେ ରୋହିଙ୍ଗ୍ୟା ମୁସଲମାନମାନଙ୍କ ସମସ୍ୟା ଏବଂ ହିନ୍ଦୁ ମନ୍ଦିର ଭାଙ୍ଗିବା ବିଷୟରେ କହିଛନ୍ତି। ରୋହିଙ୍ଗ୍ୟା ମୁସଲମାନମାନଙ୍କ ବିଷୟରେ ସେ କହିଛନ୍ତି ଯେ ସେମାନେ ଦେଶ ପାଇଁ ଏକ ବଡ ବୋଝ ପାଲଟିଛନ୍ତି। ସେମାନେ ଯେପରି ଶୀଘ୍ର ନିଜ ଦେଶକୁ ଫେରିବେ ସେଥିପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିବାକୁ ତାଙ୍କ ଦେଶ ଅନ୍ତର୍ଜାତୀୟ ସମୁଦାୟ ଓ ଅନ୍ୟ ପଡ଼ୋଶୀ ଦେଶଙ୍କ ସମ୍ପର୍କରେ ରହିଛି ।
ମାନବିକତା ଭିତ୍ତିରେ ଆମେ ସେମାନଙ୍କୁ ଆଶ୍ରୟ ଦେଇଥିଲୁ ଏବଂ ସବୁକିଛି ଯୋଗାଇଥିଲୁ। କୋଭିଡ ମହାମାରୀ ସମୟରେ, ଆମେ ସମସ୍ତ ରୋହିଙ୍ଗ୍ୟାଙ୍କୁ ଟିକାକରଣ ମଧ୍ୟ କରିଥିଲୁ, କିନ୍ତୁ ସେମାନେ କେତେ ଦିନ ଏଠାରେ ରହିବେ। ସେମାନେ କ୍ୟାମ୍ପ ତିଆରି କରି ବାସ କରୁଛନ୍ତି। ଡ୍ରଗ୍ସ ଚୋରା ଚାଲାଣ, ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ, ମହିଳା ଚୋରା ଚାଲାଣ ବ୍ୟବସାୟରେ କିଛି ଲୋକ ଧରାପଡିଛନ୍ତି। ଦିନକୁ ଦିନ ଏହା ବୃଦ୍ଧି ପାଉଛି। ତେଣୁ ଏଭଳି ପରିସ୍ଥିତିରେ ଯେତେ ଶୀଘ୍ର ସେମାନେ ନିଜ ଦେଶରେ ପହଞ୍ଚିବେ ସେତେ ଭଲ ବୋଲି ସେ କହିଛନ୍ତି।
Powered by Froala Editor