ମହତପଣିଆ ଦେଖାଇଲା ମା’ : ନିଜ ଛୁଆକୁ ଛାଡି ଜୀବନ ବଞ୍ଚାଇବାକୁ ପାଣିରେ ଡେଇଁଲା
ମହତପଣିଆ ଦେଖାଇଲେ ମା’ । ନିଜ ଛୁଆକୁ ତଳେ ଥୋଇ ବଢି ପାଣିରୁ ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରିଆଣିଲେ । ସୂଚନା ଅନୁସାରେ, ମଧ୍ୟପ୍ରଦେଶର ଭୋପାଳ ନାଜିରାବାଦର କଢ଼ାୟାଶାହବାସୀ କୃଷକ ଜିତେନ୍ଦ୍ର ଅହିୱାର୍ ଏବଂ ରାଜୁ ଅହିର୍ୱାର୍ ଖଜୁରିଆ ଗାଁରେ ଜିତେନ୍ଦ୍ରଙ୍କ ସୋୟାବିନ୍ ଫସଲରେ କୀଟନାଶକ ସିଞ୍ଚନ କରିବାକୁ ଯାଇଥିଲେ। ଦୁଇ ଗାଁ ମଝିରେ ନାଳଟିଏ ପ୍ରବାହିତ ହେଉଛି। ସେମାନେ ନାଳ ପାର ହେବା ବେଳେ ଏତେ ପାଣି ନ ଥିଲା। କିନ୍ତୁ, ସନ୍ଧ୍ୟା ବେଳେ ପ୍ରବଳ ବର୍ଷା ହେବାରୁ ସେମାନେ ଫେରିବା ବେଳେ ନାଳ ଉଛୁଳି ପଡ଼ିଥିବା ଦେଖିଥିଲେ।
ସ୍ଥାନୀୟ ଗ୍ରାମବାସୀଙ୍କ ବାରଣ ସତ୍ତ୍ବେ ଜିତେନ୍ଦ୍ର ଓ ରାଜୁ ନାଳ ପାରି ହେବାକୁ ଉଦ୍ୟମ କଲେ। ପ୍ରଖର ବେଗରେ ଦୁହେଁ ଭାସିଗଲେ। ନିକଟରେ ଥିବା ବସ୍ତିରେ ବାସ କରୁଥିବା ୩୨ ବର୍ଷୀୟ ରବିନା ୮ ମାସର ପୁଅକୁ ଦୋଳାରେ ଝୁଲାଉଥିଲା ବେଳେ ଦୁହେଁ ବୁଡ଼ିଯାଉଥିବା ଦେଖିଥିଲେ। ସେ ପୁଅକୁ ତଳେ ଶୁଆଇ ଦେଇ ତୁରନ୍ତ ପାଣିକୁ ଡେଇଁ ପଡ଼ି ଦୁଇଜଣଙ୍କ ଆଡ଼କୁ ପହଁରି ଯାଇଥିଲେ। ମାତ୍ର, ସେ କେବଳ ଜିତେନ୍ଦ୍ରଙ୍କୁ ଟାଣି ଟାଣି କୂଳକୁ ଆଣିବାରେ ସମର୍ଥ ହୋଇଥିଲେ। ଆର ବ୍ୟକ୍ତିଜଣଙ୍କର ମୃତ୍ୟୁ ଘଟିଥିଲା।
Powered by Froala Editor