ମହିଳା ସଶକ୍ତିକରଣ କ୍ଷେତ୍ରରେ ମିଶନ ଶକ୍ତି ସବୁଠି ଓଡିଶା ନୂଆ ପରିଚୟ ସୃଷ୍ଟି କରିଛି:ନବୀନ
ନୂଆଦିଲ୍ଲୀ: ଏକଦା ଗରିବ ରାଜ୍ୟ ଭାବେ ଜଣାଶୁଣା ଓଡିଶା ଏବେ ଗରିବ ମୁକ୍ତ ଓଡିଶା ପାଇଁ ପରିଚିତ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ୧୯୯୯ ମହାବାତ୍ୟା ପରେ ପ୍ରାକୃତିକ ବିପର୍ୟ୍ୟୟ ପରିଚାଳନା କ୍ଷେତ୍ର ହେଉ କି ମହିଳା ସଶକ୍ତିକରଣ କ୍ଷେତ୍ରରେ ମିଶନ ଶକ୍ତି ସବୁଠି ଓଡିଶା ନୂଆ ପରିଚୟ ସୃଷ୍ଟି କରିଛି । ପ୍ରଥମ ରାଜ୍ୟ ଭାବେ ଓଡିଶା ଚାଷୀଙ୍କ ଆୟ ଦୁଇ ଗୁଣ କରିଛି । ରାଜ୍ୟର ଆଦିବାସୀ ଯୁବତୀଙ୍କ ପାଇଁ ସ୍କୁଲରେ ହଷ୍ଟେଲ ସୁବିଧା କରିଛନ୍ତି ରାଜ୍ୟ ସରକାର । ସେହିଭଳି କୋଭିଡ ସମୟରେ ୧୭ ରାଜ୍ୟକୁ ଅକ୍ସିଜେନ ଯୋଗାଇ ଉଦାହରଣ ସୃଷ୍ଟି କରିଛି ଓଡିଶା । ଦିଲ୍ଲୀରେ ଆୟୋଜିତ କ୍ୟାପିଟାଲ ଫାଉଣ୍ଡେସନର କାର୍ୟ୍ୟକ୍ରମରେ ଯୋଗ ଦେଇ ଓଡିଶାର ଉପଲବ୍ଧି ବଖାଣିଛନ୍ତି ନବୀନ । ଜୀବନବ୍ୟାପୀ ସାଧନା ସମ୍ମାନରେ ସମ୍ମାନିତ ହେବା ପରେ ଓଡିଶାର ବିକାଶ କଥା କହିଛନ୍ତି ନବୀନ
ଜୀବନବ୍ୟାପୀ ସାଧନା ସମ୍ମାନରେ ସମ୍ମାନିତ ହେବା ପରେ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଆୱାର୍ଡ ସମର୍ପିତ କଲେ ନବୀନ । ୪ କୋଟି ଓଡିଆଙ୍କ ଆଶୀର୍ବାଦ ପାଇଁ ୨୨ ବର୍ଷ ମୁଁ ସେମାନଙ୍କ ସେବାରେ ରହିଛି । ଦିଲ୍ଲୀରେ ଆୟୋଜିତ ପୁରସ୍କାର ସମାରୋହରେ ଓଡିଶାର ବିକାଶ କଥା କହିଛନ୍ତି ନବୀନ ।
ନବୀନଙ୍କ ନେତୃତ୍ୱ ଯୋଗୁ ଓଡ଼ିଶା ବିକାଶରେ ପରିବର୍ତ୍ତଶୀଳ (ଟ୍ରାନ୍ସଫର୍ମମେସନ୍) ଯାତ୍ରା ଆରମ୍ଭ ହୋଇଥିଲା । ସରଳ ଜୀବନଶୈଳୀ, ଦୟାଳୁ ଓ ଶାସନରେ ସାଧୁତା ଯୋଗୁ ଓଡ଼ିଶାବାସୀଙ୍କ ହୃଦୟ ଜିତି ପାରିଛନ୍ତି । ନବୀନଙ୍କ ପ୍ରଶାସନିକ ଦକ୍ଷତା ଓ ନେତୃତ୍ୱକୁ ସମ୍ମାନ ଦେଇ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟରରୁ ପୁରସ୍କାର ଗ୍ରହଣ ପରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ନିବାସ ଆସିବେ । ସେଠାରେ ପ୍ରବାସୀ ଓଡ଼ିଆ ଓ ବିଜେଡି ନେତାମାନେ ତାଙ୍କୁ ସମ୍ବର୍ଦ୍ଧିତ କରିବେ । ଦିଲ୍ଲୀର ଏପିଜେ ଅବଦୁଲ କଲାମ ରୋଡ୍ରେ ଥିବା ନବୀନଙ୍କ ବାସଭବନ ସାମ୍ନାରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପାଇଁ ମଧ୍ୟ ଜୋରଦାର ପ୍ରସ୍ତୁତି ଚାଲିଛି । ନବୀନ ମଙ୍ଗଳବାର ଦିଲ୍ଲୀରୁ ଭୁବନେଶ୍ୱର ଫେରିବେ । ଏଥିପାଇଁ ବିଜେଡି ପକ୍ଷରୁ ବିମାନବନ୍ଦରରୁ ନବୀନ ନିବାସ ଯାଏ ମେଗା ସମ୍ବର୍ଦ୍ଧନା କାର୍ୟ୍ୟକ୍ରମ ରଖାଯାଇଛି । ଏଥିରେ ପ୍ରାୟ ୫୦ହଜାର କର୍ମୀ ଯୋଗ ଦେବେ ବୋଲି ସୂଚନା ମିିଳିଛି ।
Powered by Froala Editor