ଦିଲ୍ଲୀରେ ଆସ୍ଥା ଭୋଟ୍ ଜିତିଲା ଆପ୍
ଆସ୍ଥା ଭୋଟ ଜିତିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ୫୮ ଜଣ ବିଧାୟକ କେଜ୍ରିୱାଲଙ୍କ ଆପ୍ ସପକ୍ଷରେ ମତ ସାବ୍ୟସ୍ତ କରିଛନ୍ତି। ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ଆପର ୬୨ଜଣ ବିଧାୟକ ଅଛନ୍ତି। ବିରୋଧୀ ବିଜେପି ପାଖରେ ୮ ଜଣ ବିଧାୟକ ଅଛନ୍ତି। ଦିଲ୍ଲୀ ବିଧାନସଭାରେ ନିଜେ କେଜ୍ରିୱାଲ ଆସ୍ଥା ଭୋଟର ପ୍ରସ୍ତାବ ଆଣିଥିଲେ। ଦିଲ୍ଲୀରେ ବିଜେପି ଆପ ବିଧାୟକଙ୍କୁ କିଣିବା ପାଇଁ ଉଦ୍ୟମ କରୁଥିବା ଅଭିଯୋଗ କରିଥିଲେ କେଜ୍ରିୱାଲ। ଆପ ବିଧାୟକଙ୍କୁ ନିଜ ସପକ୍ଷରେ ନେବାକୁ ବିଫଳ ହୋଇଥିବା ବିଜେପି ଅପରେଶନ ଲୋଟସ ଆରମ୍ଭ କରିଥିଲା।
କିନ୍ତୁ ବିଜେପିର ସେଇ ଯୋଜନା ବିଫଳ ହେବ ବୋଲି କେଜ୍ରିୱାଲ କହିଥିଲେ । ଏଥିପାଇଁ ନିଜେ କେଜ୍ରିୱାଲ ନିଜ ସରକାର ବିରୋଧରେ ଅନାସ୍ଥା ଭୋଟ୍ ପ୍ରସ୍ତାବ ଆଣିଥିଲେ। ଯେଉଁଥିରେ ଆପ ସରକାର ପୁଣି ଥରେ ନିଜର ସଂଖ୍ୟା ଗରିଷ୍ଠତା ସାବ୍ୟସ୍ତ କରିଛି । କେଜ୍ରିୱାଲ କହିଛନ୍ତି ଯେ, ବିଜେପି ଆପର ଜଣେ ବି ବିଧାୟକଙ୍କୁ କିଣିବାରେ ବିଫଳ ହୋଇଛି। ଆପ ପାଖରେ ୬୨ ଜଣ ବିଧାୟକ ଅଛନ୍ତି।
ସେ ମଧ୍ୟରୁ ୫୮ଜଣ ମୋ ସପକ୍ଷରେ ଭୋଟ ଦେଇଛନ୍ତି। ବାକି ୪ ଜଣଙ୍କ ମଧ୍ୟରୁ ଦୁଇଜଣ ଦେଶ ବାହାରେ, ଜଣେ ଜେଲରେ ଥିବା ବେଳେ ଚତୁର୍ଥ ସଦସ୍ୟ ହେଉଛନ୍ତି ଗୃହର ବାଚସ୍ପତି। ମୁଁ ବିଧାନସଭାରେ ଆସ୍ଥା ଭୋଟ କରିବାକୁ ଚାହୁଁଥିଲି, ଯାହା ଦ୍ବାରା ଦିଲ୍ଲୀର ଲୋକଙ୍କ ସାମ୍ନାରେ ଏହା ପ୍ରମାଣିତ ହୋଇପାରିବ ଯେ ବିଜେପିର ‘ଅପରେସନ୍ ଲୋଟସ୍ ଏବେ ‘ଅପରେସନ୍ କିଚଡ୍’ ହୋଇଯାଇଛି।
Powered by Froala Editor