ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଏସ୍ଆଇ ମୃତ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା ଅନ୍ତର୍ଗତ ଗୋଟମା ଛକରେ ଆଜି ସକାଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କୋଇଲା ବୋଝେଇ ଟ୍ରକ୍ ଧକ୍କାରେ ଏସ୍ଆଇଙ୍କ ମୃତ୍ୟୁ ଘଟିଛି। ମୃତ ପୁଲିସ ଏସ୍ଆଇ ଜଣଙ୍କ ହେଲେ ସୁଧାଂଶୁ ଶେଖର ପାଣ୍ଡେ। ତାଙ୍କ ଘର ବୋଡେନ ଥାନା ଅନ୍ତର୍ଗତ ବଇର ଗାଁରେ।
ସୁଧାଂଶୁ ପରିବାର ସହ ନୂଆଖାଇ ପାଳନ କରିବାକୁ ଘରକୁ ଆସିଥିଲେ। ଆଜି ସକାଳେ କୌଣସି କାମରେ ବଜାରକୁ ଆସିଥିବା ବେଳେ ଗୋଟମା ଛକରେ ଏକ କୋଇଲା ବୋଝେଇ ଟ୍ରକ୍ ଆସି ତାଙ୍କ ବାଇକ୍କୁ ଧକ୍କା ଦେଇଥିଲା। ଏସ୍ଆଇ ତଳେ ଛିଟିକି ପଡ଼ିଯାଇଥିଲେ। ଟ୍ରକ୍ଟି ତାଙ୍କ ଉପରେ ଚଢ଼ିଯାଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ପୁଲିସ ଟ୍ରକ୍କୁ ଜବତ କରିବା ସହ ଗାଡ଼ି ଡ୍ରାଇଭରକୁ ଅଟକ ରଖି ଘଟଣାର ତଦନ୍ତ କରୁଛି।
Powered by Froala Editor