ଦେଶରେ ଚାଲିଥିବା ଟିକାକରଣ ଅଭିଯାନର ମନ୍ଥରତାକୁ ନେଇ ପ୍ରଶ୍ନ

ନୂଆଦିଲ୍ଲୀ: ଦେଶରେ ଚାଲିଥିବା ଟିକାକରଣ ଅଭିଯାନର ମନ୍ଥରତାକୁ ନେଇ ପ୍ରଶ୍ନ ଉଠିଛି । ଦେଶରେ ଏବେ ଯେଉଁ ହାରରେ ଟିକାକରଣ ଚାଲିଛି ତାହା ଅବ୍ୟାହତ ରହିଲେ ୭୦% ନାଗରିକଙ୍କୁ ଟିକାକରଣ କରିବା ଲାଗି ୩ ବର୍ଷ ୫ ମାସ ଲାଗିଯିବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି । ଆକଳନ ଅନୁଯାୟୀ ୭୦% ନାଗରିକ ଅର୍ଥାତ ୯୪.୫ କୋଟି ଲୋକଙ୍କୁ ଟିକା ଦେବାକୁ ହେଲେ ୧୮୯ କୋଟି ପାନ (ଡୋଜ) ଟିକା ଦରକାର । ବର୍ତ୍ତମାନ ସୁଦ୍ଧା ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ମାତ୍ର ୧୯ କୋଟି ପାନ ଟିକା ଯୋଗାଇ ଦିଆଯାଇଛି । ୧୧୫ ଦିନ ମଧ୍ୟରେ ଏହି ସଂଖ୍ୟକ ପାନ ଦିଆଯାଇଛି । ଅର୍ଥାତ ମାସକୁ ହାରାହାରି ୪.୫ କୋଟି ପାନ ଟିକା ଦିଆଯାଇଛି । ଏହି ହାରରେ ଟିକା ଯୋଗାଇ ଦିଆଗଲେ ୧୨ ମାସ ବା ୧ ବର୍ଷରେ ୫୪ କୋଟି ଟିକା ଦିଆଯିବ । ସେହିପରି ୧୮୯ କୋଟି ଟିକା ପାଇଁ ୩ ବର୍ଷରୁ ଅଧିକ ସମୟ ଗଡ଼ିଯିବ । ତେଣୁ ଦେଶରେ ଟିକାକରଣ ବୃଦ୍ଧି କରିବାକୁ ହେଲେ ଅଧିକ ସଂଖ୍ୟକ ଟିକାକୁ ସରକାର ବ୍ୟାବହାରିକ ଅନୁମତି ଦେବା ଦରକାର ।
Powered by Froala Editor