୨୪ରେ ଶ୍ରୀଲଙ୍କା ଫେରିବେ ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ !
ଆସନ୍ତା ୨୪ ତାରିଖରେ ଶ୍ରୀଲଙ୍କା ଫେରିବେ ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ । ଏ ସଂପର୍କରେ ଶ୍ରୀଲଙ୍କାର ଏକ ସ୍ଥାନୀୟ ଗଣମାଧ୍ୟମ ନ୍ୟୁଜଫାଷ୍ଟ ସୂଚନା ଦେଇଛି । ଗତ କିଛି ମାସ ଧରି ଦେଶରେ ହୋଇଥିବା ବିକ୍ଷୋଭ ପ୍ରଦର୍ଶନ ମଧ୍ୟରେ ଶ୍ରୀଲଙ୍କାରୁ ପଳାୟନ କରିଥିଲେ। ଜନ ଆନ୍ଦୋଳନ ଫଳରେ ଟୋଗାବାୟା ଗତ ଜୁଲାଇ ୧୩ ତାରିଖରେ ଶ୍ରୀଲଙ୍କା ଛାଡି ମାଳଦ୍ବୀପ ପଳାଇଯାଇଥିଲେ । ସେଠାରେ ଦୁଇ ଦିନ ରହିବା ପରେ ସେ ସିଂଗାପୁର ପଳାଇଯାଇଥିଲେ । ସିଂଗାପୁରରେ ପ୍ରାୟ ଏକ ମାସ ରହିବା ପରେ ସେ ଗତ ସପ୍ତାହରେ ଥାଇଲାଣ୍ଡ ପଳାଇଥିଲେ ।
ରାଜପାକ୍ସେଙ୍କ ଶାସନ କାଳରେ ଦେଶର ଏହି ଅବସ୍ଥା ପାଇଁ ତାଙ୍କ ସରକାର ବିରୋଧରେ ଅନେକ ହିଂସାତ୍ମକ ପ୍ରଦର୍ଶନ କରାଯାଇଥିଲା। ଏହି କାରଣରୁ ସେ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ। ତେବେ ବର୍ତ୍ତମାନ ରୁଷିଆରେ ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରଦୂତ ତଥା ରାଜପାକ୍ସେଙ୍କ ଜଣେ ଘନିଷ୍ଠ ସହଯୋଗୀ ଉଦୟଙ୍ଗା ବୀରାତୁଙ୍ଗା କହିଛନ୍ତି, ଗୋଟାବାୟା ଅଗଷ୍ଟ ୨୪ରେ ଶ୍ରୀଲଙ୍କା ଫେରିବେ। ତେବେ ଶ୍ରୀଲଙ୍କା ସରକାର ଏ ସଂପର୍କରେ କୌଣସି ଘୋଷଣା କରିନାହାନ୍ତି ।
ଆସନ୍ତା ୨୪ ତାରିଖରେ ଗୋଟାବାୟା ଶ୍ରୀଲଙ୍କା ଫେରିଲେ ସେଠାରେ ପୁଣି ଥରେ ବିବାଦ ସୃଷ୍ଟି ହେବାର ସମ୍ଭାବନା ରହିଛି ।
Powered by Froala Editor