ବିଜୟ ଦେବେନି ୧.୫କୋଟିର ଫାଇନ : ମାଡ୍ରାସ ହାଇକୋର୍ଟ
ସାଉଥ ସୁପରଷ୍ଟାର ବିଜୟଙ୍କ ନାଁରେ ଆୟକର ବିଭାଗ କାଟିଥିବା ୧.୫ କୋଟି ଟଙ୍କାର ଫାଇନ ଉପରେ ରୋକ ଲଗାଇ ଦେଇଛନ୍ତି ମାଡ୍ରାସ ହାଇକୋର୍ଟ। ଏହି ରାୟ ଆସିବା ପରେ ବିଜୟଙ୍କୁ ବଡ ଧରଣର ଆଶ୍ୱସ୍ତି ମିଳିଛି ।
ଆୟକର ବିଭାଗ ୨୦୧୫ ମସିହା ସେପ୍ଟେମ୍ବର ୩୦ରେ ବିଜୟଙ୍କ ଏକାଧିକ ଠିକଣା ରେଡ୍ କରିଥିଲା। ୨୦୧୫-୧୬ରେ ବିଜୟ ଆୟ କରିଥିବା ୧୫ କୋଟି ଟଙ୍କାର ହିସାବ ଦେଇ ନଥିଲେ। ଏଥିପାଇଁ ତାଙ୍କ ନାଁରେ ୧.୫ କୋଟି ଟଙ୍କାର ଫାଇନ କଟା ଯାଇଥିଲା। ତେବେ ଫାଇନ ବିରୋଧରେ ବିଜୟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ଆବେଦନର ଶୁଣାଣି କରି ଜଷ୍ଟିସ ଅନୀତା ସୁମନ୍ତ ଆୟକର ବିଭାଗକୁ ଜବାବ ଦେବାକୁ ନୋଟିସ କରିଛନ୍ତି। ସେପ୍ଟେମ୍ବର ୧୬ ତାରିଖ ସୁଦ୍ଧା ଆୟକର ବିଭାଗ ଜବାବ ଦାଖଲ କରିବା ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।
ଆୟକର ବିଭାଗ କହିଛି ଯେ ସର୍ଚ୍ଚ ଅପରେସନ ବେଳେ ବିଜୟ ତାମିଲ ଫିଲ୍ମ ପୁଲି ପାଇଁ ଚେକ୍ରେ ୧୬ କୋଟି ଟଙ୍କା ନେଇଥିଲେ। ଏହା ତାଙ୍କର ପାରିଶ୍ରମିକ ଥିଲା। ହେଲେ ଏହି ଚେକ୍ ବ୍ୟତୀତ ସେ ନଗଦ ୫ କୋଟି ଟଙ୍କା ମଧ୍ୟ ନେଇଥିଲା। ବିଜୟ ମଧ୍ୟ ଏକଥାକୁ ସ୍ୱୀକାର କରିଥିଲେ। ଏହାବାଦ ୨୦୧୫-୨୬ ଆର୍ଥିକ ବର୍ଷରେ ସେ ପାଇଥିବା ଆଉ ୧୦ କୋଟି ଟଙ୍କାର ହିସାବ ଆୟକର ଦାଖଲ ବେଳେ ଘୋଷଣା କରି ନଥିଲେ। ସେଥିପାଇଁ ତାଙ୍କ ନାଁରେ ବିଭାଗ ଫାଇନ କାଟିଥିଲା ବୋଲି ବିଭାଗ ସଫେଇ ଦେଇଛି ।
Powered by Froala Editor