ଦିନରାତି ଏକ କରି ବିପର୍ଯ୍ୟୟ ଟାଳିଦେଲେ : ଜେସିବି ଡ୍ରାଇଭରଙ୍କ ପାଇଁ ୨ ଲକ୍ଷର ପୁରସ୍କାର ଘୋଷଣା

ଜେସିବି ଡ୍ରାଇଭରମାନଙ୍କୁ ମିଳିବ ୨ ଲକ୍ଷର ପୁରସ୍କାର । ହଁ କାରଣ ଡ୍ରାଇଭରମାନେନିଶ୍ଚିତ ରୂପେ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି । ଯେଉଁଥିପାଇଁ ମଧ୍ୟପ୍ରଦେଶ ସରକାର ଏହି ପୁରସ୍କାର ରାଶି ଘୋଷଣା କରିଛନ୍ତି ।
ମଧ୍ୟପ୍ରଦେଶର ଧର୍ ଜିଲ୍ଲାର ନାଲଚା ନଦୀରେ ନିର୍ମାଣାଧୀନ କରମ ଡ୍ୟାମରେ ପାଣି ଲିକ ହେଉଥିଲା । ଆଉ ଏକ ବଡ ବିପର୍ଯ୍ୟୟ ଆଶଙ୍କାରେ ସମସ୍ତେ ଚିନ୍ତିତ ଥିବାବେଳେ ଦିନରାତି ଅହରହ ପରିଶ୍ରମ କରିଥିଲେ କିଛି ଆର୍ଥମୁଭିଙ୍ଗ ମେସିନର ଡ୍ରାଇଭର । ସେମାନେ ଡ୍ୟାମ ନିର୍ମାଣ ହୋଇଥିବା ପାହାଡ଼ର ବାମପାର୍ଶ୍ବରେ ମାଟି ଖୋଲିଥିଲେ । ଡ୍ୟାମର ଏହା ସର୍ବନିମ୍ନ ଅଞ୍ଚଳରେ ଥିବାରୁ ଏହି ବାଟ ଦେଇ ଜଳଭଣ୍ଡାରର ଜଳକୁ ନାଲଚା ନଦୀକୁ ଛଡ଼ାଯାଇଥିଲା। ଆଉ ଏହାଦ୍ୱାରା ଏକ ବଡ ବିପର୍ଯ୍ୟୟକୁ ରୋକାଯାଇପାରିଥିଲା । ତେବେ ଏହି କାମରେ ନିୟୋଜିତ ପୋକଲେନ ମେସିନର ଡ୍ରାଇଭରମାନଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
ଆଜି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୋୖହାନ କହିଛନ୍ତି ଯେ ତିନି ଦିନ ପୂର୍ବେ ନିର୍ମାଣାଧୀନ ଡ୍ୟାମରେ ଲିକ୍ ହେବାର ସୂଚନା ଆସିବା ପରେ ଏକ ବଡ଼ ବିପଦ ହୋଇପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଥିଲା । କିନ୍ତୁ ବର୍ତ୍ତମାନ ଏହି ବିପଦକୁ ଏଡାଇ ଦିଆଯାଇଛି । ତେଣୁ ଏହି ଡ୍ରାଇଭରମାନଙ୍କୁ ରାଜ୍ୟ ସରକାର ଦୁଇ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରିବେ।
Powered by Froala Editor