ପତାକା ଥିବା ପୋଲରେ ଲାଗିଗଲା ୧୧ କେଭି ତାର, ଚାଲିଗଲା ୨ ଜଣଙ୍କ ଜୀବନ
ତେଲେଙ୍ଗାନାରେ ସ୍ୱାଧୀନତା ଦିବସରେ ଜାତୀୟ ପତାକା ଉତ୍ତୋଳନ କରୁଥିବା ବେଳେ ବିଦ୍ୟୁତ୍ ଆଘାତ ଲାଗି ୨ ଜଣଙ୍କର ମୃତ୍ୟୁ ଘଟିଥିଲା ବେଳେ ଜଣେ ଆହତ ହୋଇଛନ୍ତି। ମୃତକ ୨ ଜଣ ହେଲେ ଅନିଲ କୁମାର ଗୌଡ଼(୪୦) ଏବଂ ତରୁପାଠି(୪୨) । ବିଦ୍ୟୁତ୍ ଆଘାତ ପରେ ୩ ଜଣଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ମେଡିକାଲରେ ଡାକ୍ତର ଅନିଲ କୁମାର ଏବଂ ତରୁପାଠିଙ୍କୁ ମୃତ ଘୋଷଣା କରିଥିଲେ। ପାଟାନଚେରୁ ଡିଏସପି ଭୀମ ରେଡ୍ଡୀ ଏହି ମାମଲାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି ।
ଏମାନେ ଯେଉଁ ଲୁହା ପୋଲରେ ପତାକା ଉତ୍ତୋଳନ କରୁଥିଲେ ତାହା ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଷରେ ଆସିଥିଲା। ଫଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଧନଞ୍ଜୟ ନାମୟକ ଆଉ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି।
Powered by Froala Editor