ପୁଣି ଥରେ ସୋନିଆ ଗାନ୍ଧି କରୋନା ଆକ୍ରାନ୍ତ
ଦ୍ବିତୀୟ ଥର ପାଇଁ କରୋନା ଦ୍ବାରା ଆକ୍ରାନ୍ତ ହୋଇଛନ୍ତି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ। ସବୁ କିଛି ଠିକ ଠାକ ଚାଲିଥିବା ବେଳେ ଶୁକ୍ରବାର ସେ ଶରୀରରେ ସାମାନ୍ୟ ଥଣ୍ଡା ଓ ଜ୍ୱର ଅନୁଭବ କରିଥିଲେ। ଏହାପରେ ସେ ଟେଷ୍ଟ କରିବାରୁ ଆଜି ତାଙ୍କ ରିପୋର୍ଟ ପଜଟିଭ ଆସିଛି। ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ଦଳର ବରିଷ୍ଠ ନେତା ଜୟରାମ ରମେଶ ଟ୍ୱିଟ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି, ସୋନିଆ ଗାନ୍ଧି କରୋନାରେ ଆକ୍ରାନ୍ତ ହୋଇଥିବାରୁ ଏବେ ଆଇସୋଲେସନରେ ଅଛନ୍ତି। ଏଥିସହ ସରକାରଙ୍କ ତରଫରୁ ଜାରି ସବୁ ପ୍ରୋଟକଲ ପାଳନ କରୁଛନ୍ତି।
ଏହାପୂର୍ବରୁ ଜୁନ୍ ମାସରେ ମଧ୍ୟ ସୋନିଆ କରୋନାରେ ଆକ୍ରାନ୍ତ ହୋଇଥିଲେ। ତାଙ୍କୁ କିଛି ଦିନ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ିଥିଲା। ସେଠାରୁ ବାହାରିବା ପରେ କୋଭିଡ ପ୍ରୋଟକଲ ଅନୁସାରେ ତାଙ୍କୁ ନ୍ୟାଶନାଲ ହେରାଲ୍ଡ ମାମଲାରେ ଇଡି ପଚରାଉଚରା କରିଥିଲା।
ଅଗଷ୍ଟ ୧୦ରେ ପ୍ରିୟକଙ୍କା ଗାନ୍ଧି ଭଦ୍ରା ମଧ୍ୟ ଦ୍ୱିତୀୟ ଥର ପାଇଁ କରୋନାରେ ଆକ୍ରାନ୍ତ ହୋଇଥିଲେ। ସେ ନିଜ ଏ ସମ୍ପର୍କରେ ସୂଚନା ଦେବା ସହ ଆଇସୋଲେସନରେ ଥିବା କହିଥିଲେ।
Powered by Froala Editor