ଦେଶରେ କରୋନା ନେଲା ୪୨୦୫ ଜୀବନ

ଭୁବନେଶ୍ୱର : ଦେଶରେ କରୋନାରେ ଆଉ ୪୨୦୫ ଜଣ ପ୍ରାଣ ହରାଇଛନ୍ତି । ଗତ କିଛିଦିନ ଧରି ଦୈନିକ କରୋନା ମୃତୁ୍ୟ ସଂଖ୍ୟା ୪ ହଜାର ଟପିଯାଇଛି । ଅପରପକ୍ଷରେ ଗତ ୨୪ ଘଂଟା ମଧ୍ୟରେ ଦେଶରେ ୩ ଲକ୍ଷ ୪୮ ହଜାର ୪୨୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ମେ’ ୫ ପରଠାରୁ ଏଯାବତ ମଧ୍ୟରେ ଦେଶରେ ୩୦ ଲକ୍ଷ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି । ସପ୍ତାହକ ମଧ୍ୟରେ ଏଭଳି ସ୍ଥିତି ଚିନ୍ତାର କାରଣ ପାଲଟି ଯାଇଛି । ସେହିପରି କରୋନା ଯୋଗୁଁ ଅଢେ଼ଇ ଲକ୍ଷ ଲୋକଙ୍କର ପ୍ରାଣହାନି ହୋଇଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଦେଶରେ ଏବେ ୩୭ ଲକ୍ଷରୁ ଉଦ୍ଧ୍ୱର୍ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି । ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨.୩୩ କୋଟି ଟପି ସାରିଥିବାବେଳେ ପଜିଟିଭ ହାର ଏବେ ୧୭.୫୬% ରହିଛି । ସେହିପରି ଟିକାକରଣକୁ ତ୍ୱରାନ୍ୱିତ କରାଯାଉଥିବାବେଳେ ଗୋଟିଏ ଦିନରେ ୨୪.୪୬ ଲକ୍ଷ ଟିକା ଡୋଜ ଦିଆଯାଇଛି । ଅପରପକ୍ଷରେ ଦିଲ୍ଲୀ, ଉତରପ୍ରଦେଶ, ମହାରାଷ୍ଟ୍ର ଓ ଓଡ଼ିଶା ସମେତ କେତେକ ରାଜ୍ୟ ଟିକା ପାଇଁ ଗ୍ଲୋବାଲ ଟେଣ୍ଡର କରିବାକୁ ଯୋଜନା କରିଛନ୍ତି । ଦେଶର ୭୩୪ ଜିଲ୍ଲା ମଧ୍ୟରୁ ୬୪୦ ଜିଲ୍ଲାରେ ପଜିଟିଭ ହାର ୫%ରୁ ଅଧିକ ରହିଛି ।
Powered by Froala Editor