ବର୍ଷା ବିତ୍ପାତରେ ଭୂସ୍ଖଳନ, ୨ ମୃତ
କାଶ୍ମୀରରେ ବର୍ଷା ଯୋଗୁ ଭୂ-ସ୍ଖଳନ ଜାରି ରହିଛି। ଗୁରୁବାର ରାମବନରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି। ଭୂ-ସ୍ଖଳନ ଯୋଗୁ ମୁଖ୍ୟ ମାର୍ଗରେ ମାଟି ଅତଡା ପଡିଛି। ଫଳରେ୨ ଜଣଙ୍କ ମୃତ୍ୟୁ ହୋଇଛି। ଜମ୍ମୁ-ଶ୍ରୀନଗର ଯୋଗାଯୋଗ ବାଧିତ ହୋଇଛି।
ରାମବନରେ ବାଦଲ ଫାଟିବା ଯୋଗୁ ପାହାଡରୁ ବଡ଼ ବଡ଼ ପଥର ଗଡି ତଳକୁ ଖସିଥିଲା। ଫଳରେ ଲୋକେ ଯିଏ ଜୁଆଡେ ପାରିଲେ ପଳାୟନ କରିଥିଲେ। ପାହାଡରୁ ପଥର ଖସିବା ଯୋଗୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଇଛି। ଘଟଣା ଜଣାପଡିବା ମାତ୍ରେ ପ୍ରଶାସନ ପକ୍ଷରୁ ତୁରନ୍ତ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି। ଏଥିରେ ଜମ୍ମୁ-ଶ୍ରୀନଗର ଜାତୀୟ ରାଜମାର୍ଗକୁ ବନ୍ଦ କରିଦିଆଯାଇଥିବା ବେଳେ ରାସ୍ତାର ଉଭୟ ପାର୍ଶ୍ୱରେ ବାହନଙ୍କ ଭିଡ ଜମିଛି।
ସେପଟେ ଲଗାଣ ବର୍ଷା ଯୋଗୁ ରାଜ୍ୟର ତବି ନଦୀରେ ଜଳସ୍ତର ବଢିଛି। ପ୍ରଶାସନ ଲୋକଙ୍କୁ ନଦୀ କୂଳକୁ ନ ଯିବାକୁ ଓ ସତର୍କ ରହିବା ପାଇଁ କହିଛି। କାଶ୍ମୀର ଭଳି ହିମାଚଳ ପ୍ରଦେଶ କୁଲ୍ଲୁରେ ମଧ୍ୟ ବର୍ଷା ବିତ୍ପାତ ଜାରି ରହିଛି ।

Powered by Froala Editor