Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, June 10, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
Breaking News

ସପ୍ତାହରେ ୨ ଥର ପିଅନ୍ତୁ ଡାଳିମ୍ବ ଜୁସ୍‌…

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ମହାରାଷ୍ଟ୍ରରେ ଆୟକର ବିଭାଗର ଚଢାଉ,ନଗଦ ୫୮ କୋଟି ଟଙ୍କା ଜବତ

ମହାରାଷ୍ଟ୍ରରେ ଆୟକର ବିଭାଗର ଚଢାଉ,ନଗଦ ୫୮ କୋଟି ଟଙ୍କା ଜବତ

2022-08-11 08:24:43
15638
Share:
Facebook
Twitter
E-Mail
WhatsApp
Telegram
ମହାରାଷ୍ଟ୍ରରେ ଆୟକର ବିଭାଗର ଚଢାଉ,ନଗଦ ୫୮ କୋଟି ଟଙ୍କା ଜବତ

ମୁମ୍ବାଇ:ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପରେ ଏବେ ଆକ୍ସନ ମୋଡରେ ଆୟକର ବିଭାଗ । ପଶ୍ଚିମବଙ୍ଗ ପରେ ଏବେ ମହାରାଷ୍ଟ୍ରରେ ଆୟକର ବିଭାଗ ଚଢାଉ କରି ବିପୁଳ ପରିମାଣର ଟଙ୍କା ଜବତ କରିଛି । ଜଣେ ଷ୍ଟିଲ, କପଡା ବ୍ୟବସାୟୀଙ୍କ ଘରେ ଆଇଟି ବିଭାଗର ଚଢାଉ ପରେ ସମସ୍ତେ ତାଜୁବ ।  କୋଟିଏ କି ଦୁଇ କୋଟି ନୁହେଁ ଆୟକର ବିଭାଗକୁ ମିଳିଛି ନଗଦ ୫୮ କୋଟି ଟଙ୍କା ଏବଂ ୩୨ କେଜି ସୁନା ଗହଣା ।  

ବ୍ୟବସାୟୀଙ୍କ ଘରୁ ପ୍ରାୟ ୩୯୦ କୋଟି ଟଙ୍କାର ବେନାମୀ ସମ୍ପତ୍ତି ଜବତ କରାଯାଇଛି । ଜବତ ଟଙ୍କା ଗଣିବା ପାଇଁ ଲାଗିଥିଲା ୧୩ ଘଣ୍ଟା । ସବୁଠାରୁ ବଡ କଥା ହେଉଛି ୨୬୦ଜଣ ଆୟକର ବିଭାଗ ଅଧିକାରୀ ଏବଂ କର୍ମଚାରୀ ଚଢାଉରେ ସାମିଲ ହୋଇଥିଲେ । ୨୬୦ ଜଣ ଆଇଟି କର୍ମଚାରୀ ମୋଟ ୫ଟି ଟିମ୍‌ରେ ଚଢାଉ କରିଥିଲେ । ଏଥିରେ ୧୨୦ଟିରୁ ଅଧିକ ଗାଡି ବ୍ୟବହାର କରାଯାଇଥିଲା ।
ଜବତ ଟଙ୍କା ଗଣିବା ପାଇଁ ମେସିନ୍‌ କମ ପଡିବାରୁ ସ୍ଥାନୀୟ ଏକ ବ୍ୟାଙ୍କକୁ ନିଆଯାଇ ସେଠାରେ ଟଙ୍କା ଗଣାଯାଇଥିଲା । ବୁଧବାର ଦିନ ୧୧ଟାରୁ ଟଙ୍କା ଗଣା ଆରମ୍ଭ ହୋଇଥିଲା ଯାହାକି ରାତି ପ୍ରାୟ ଗୋଟାଏ ଯାଏଁ ଚାଲିଥିଲା । ଆୟକର ବିଭାଗକୁ ସୂଚନା ମିଳିଥିଲା ଯେ, ଷ୍ଟିଲ୍‌ କମ୍ପାନୀରେ ଅନିୟମିତତା ଚାଲିଛି ଏବଂ ବେଆଇନ ଭାବେ ବ୍ୟବସାୟୀ ଜଣକ କୋଟି କୋଟି ଟଙ୍କା ସ୍ବାହା କରିଦେଇଛନ୍ତି । ଏହା ପରେ ଆକ୍ସନକୁ ଆସିଥିଲା ଆୟକର ବିଭାଗ । ଟିମ୍‌ ପକ୍ଷରୁ ସଂପୃକ୍ତ ବ୍ୟବସାୟୀ ଏବଂ ବାସଭବନ ଏବଂ କାରଖାନାରେ ଚଢାଉ କରାଯାଇଥିଲା । ଅବଶ୍ୟ ଘରୁ କିଛି ମିଳିନଥିଲା କିନ୍ତୁ ସହର ବାହାରେ ଥିବା ବାବୁଙ୍କ ଫାର୍ମ ହାଉସରୁ ପୁଳାପୁଳା ଟଙ୍କା ଏବଂ ସୁନା ଗହଣା ଜବତ କରାଯାଇଥିଲା । ତେବେ ଅନୁମାନ କରାଯାଉଛି ସଂପୃକ୍ତ ବ୍ୟବସାୟୀଙ୍କ ଆହୁରି ମଧ୍ୟ ବେନାମୀ ସମ୍ପତ୍ତି ରହିଛି । ଆଉ କିଛି ସ୍ଥାନରେ ଚଢାଉ କରିବା ପାଇଁ ପ୍ରସ୍ତୁତ ହେଉଛି ଆୟକର ବିଭାଗ ।

Powered by Froala Editor

Tags Income tax raid

Related articles Odisha News Lens 4.1

  • ରାଜଙ୍କ ପ୍ରେମରେ ପଡି ରାଜାଙ୍କୁ ହତ୍ୟା କରିଥିଲେ ସୋନମ
    ଦେଶ-ଦେଶାନ୍ତର

    ରାଜଙ୍କ ପ୍ରେମରେ ପଡି ରାଜାଙ୍କୁ ହତ୍ୟା କରିଥିଲେ ସୋନମ

    15322
    Jun 09, 2025
  • ରାଜା ରଘୁବଂଶୀ ହତ୍ୟା ମାମଲା: ରାଜାଙ୍କ ଭାଇ ବିପିନ ଦେଲେ ଚାଞ୍ଚଲ୍ୟକର ତଥ୍ୟ,  ଜାଣନ୍ତୁ ...
    ଦେଶ-ଦେଶାନ୍ତର

    ରାଜା ରଘୁବଂଶୀ ହତ୍ୟା ମାମଲା: ରାଜାଙ୍କ ଭାଇ ବିପିନ ଦେଲେ ଚାଞ୍ଚଲ୍ୟକର ତଥ୍ୟ, ଜାଣନ୍ତୁ ...

    14213
    Jun 10, 2025
  • ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ: ୩ ମୃତ
    ଦେଶ-ଦେଶାନ୍ତର

    ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ: ୩ ମୃତ

    14431
    Jun 10, 2025
  • ବ୍ୟବସାୟୀ ରବର୍ଟ ଭଦ୍ରଙ୍କୁ ପୁଣି ଇଡି ସମନ
    ଦେଶ-ଦେଶାନ୍ତର

    ବ୍ୟବସାୟୀ ରବର୍ଟ ଭଦ୍ରଙ୍କୁ ପୁଣି ଇଡି ସମନ

    14175
    Jun 10, 2025
  • ଜାହାଜ ନିଆଁ ଲିଭାଇବା ପାଇଁ ଆଜି ବି ଉଦ୍ୟମ ଜାରି
    ଦେଶ-ଦେଶାନ୍ତର

    ଜାହାଜ ନିଆଁ ଲିଭାଇବା ପାଇଁ ଆଜି ବି ଉଦ୍ୟମ ଜାରି

    14344
    Jun 10, 2025
  • ଏହିସବୁ ସମସ୍ୟା ପାଇଁ ଲେମ୍ବୁ ପାଣି
    ବିଶେଷ

    ଏହିସବୁ ସମସ୍ୟା ପାଇଁ ଲେମ୍ବୁ ପାଣି

    14916
    Jun 10, 2025
  • ଏମଏସ ଧୋନିଙ୍କୁ ଆଇସିସି ହଲ ଅଫ ଫେମ ସମ୍ମାନ
    ଦେଶ-ଦେଶାନ୍ତର

    ଏମଏସ ଧୋନିଙ୍କୁ ଆଇସିସି ହଲ ଅଫ ଫେମ ସମ୍ମାନ

    13561
    Jun 09, 2025
  • ସପ୍ତାହରେ ୨ ଥର ପିଅନ୍ତୁ ଡାଳିମ୍ବ ଜୁସ୍‌…
    ବିଶେଷ

    ସପ୍ତାହରେ ୨ ଥର ପିଅନ୍ତୁ ଡାଳିମ୍ବ ଜୁସ୍‌…

    13496
    Jun 10, 2025
  • ମସ୍କଙ୍କୁ ରୁଷରେ ଶରଣ ନେବାକୁ ପ୍ରସ୍ତାବ ଦେଲେ ପୁଟିନ
    ଦେଶ-ଦେଶାନ୍ତର

    ମସ୍କଙ୍କୁ ରୁଷରେ ଶରଣ ନେବାକୁ ପ୍ରସ୍ତାବ ଦେଲେ ପୁଟିନ

    14188
    Jun 10, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ବିଶେଷ

    ଏହିସବୁ ସମସ୍ୟା ପାଇଁ ଲେମ୍ବୁ ପାଣି

    14916
    Jun 10, 2025
  • ବିଶେଷ

    ସପ୍ତାହରେ ୨ ଥର ପିଅନ୍ତୁ ଡାଳିମ୍ବ ଜୁସ୍‌…

    13496
    Jun 10, 2025
  • ଦେଶ-ଦେଶାନ୍ତର

    ମସ୍କଙ୍କୁ ରୁଷରେ ଶରଣ ନେବାକୁ ପ୍ରସ୍ତାବ ଦେଲେ ପୁଟିନ

    14188
    Jun 10, 2025

Advertisement

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16652
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    16951
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15481
    Apr 03, 2021

ବିଶେଷ

  • ସପ୍ତାହରେ ୨ ଥର ପିଅନ୍ତୁ ଡାଳିମ୍ବ ଜୁସ୍‌…

    13496
    Jun 10, 2025
  • ଏହିସବୁ ସମସ୍ୟା ପାଇଁ ଲେମ୍ବୁ ପାଣି

    14916
    Jun 10, 2025
  • ଆଖି ପାଇଁ ସପୁରୀ ରସ

    15966
    Jun 08, 2025
  • ସ୍କିନ୍‌ଟ୍ୟାନ୍‌ରୁ ରକ୍ଷା ପାଇବେ କେମିତି ଜାଣନ୍ତୁ...

    15035
    Jun 08, 2025
  • ସବୁ ପ୍ରକାର ପେଟ ରୋଗକୁ ଭଲ କରେ ପୋଦିନା

    15122
    Jun 07, 2025

ବାଣିଜ୍ୟ

କୃଷକଙ୍କୁ ସଶକ୍ତ କରୁଛି ହିଣ୍ଡାଲକୋର ‘ପ୍ରୋଜେକ୍ଟ ବସୁଧା’

ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଏକ କମ୍ପାନୀ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡ ନିକଟରେ ସମ୍ବଲପୁର ଜିଲ୍ଲାର ହୀରାକୁଦର ୧୬ଟି ଗ୍ରାମରେ ସେମାନଙ୍କ ଜୀବିକା ଉପାର୍ଜନରେ ରୂପାନ୍ତରଣ ଆଣିବା ନିମନ୍ତେ ପ୍ର ...

  • ଖିମଜୀ ଜୁଏଲର୍ସ ଆରମ୍ଭ କଲା ‘ଦି ଗ୍ରାଣ୍ଡ୍ ଅକ୍ଷୟ ତୃତୀୟା ସେଲ୍’

    15696
    Apr 18, 2025
  • ଜୁସି ଆଶୀର୍ବାଦ ସୋୟା ଚଙ୍କସ ସହିତ ଖୁସିର ମୁହୂର୍ତ୍ତ ବାଣ୍ଟିଛନ୍ତି ସେଲିବ୍ରିଟି ଦମ୍ପତି ଅର୍ଚ୍ଚିତା ଏବଂ ସବ୍ୟସାଚୀ

    16319
    Feb 21, 2025
  • ଫେବୃଆରୀରେ ସୁନା ଦର ସବୁଠୁ ଉଚ୍ଚା, ଆହୁରି ବଢ଼ିବ

    14026
    Feb 06, 2025
  • ରାଇଡର୍ସଙ୍କ ପସନ୍ଦ ହଣ୍ଟର ୩୫୦, ସୃଷ୍ଟି କଲା ନୂଆ ମାଇଲଖୁଣ୍ଟ

    14820
    Jan 28, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ରାଜା ରଘୁବଂଶୀ ହତ୍ୟା ମାମଲା: ରାଜାଙ୍କ ଭାଇ ବିପିନ ଦେଲେ ଚାଞ୍ଚଲ୍ୟକର ତଥ୍ୟ, ଜାଣନ୍ତୁ କ’ଣ ?

    14213
    Jun 10, 2025
  • ଏହିସବୁ ସମସ୍ୟା ପାଇଁ ଲେମ୍ବୁ ପାଣି

    14916
    Jun 10, 2025
  • ରାଜଙ୍କ ପ୍ରେମରେ ପଡି ରାଜାଙ୍କୁ ହତ୍ୟା କରିଥିଲେ ସୋନମ

    15322
    Jun 09, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In