ଦିଲ୍ଲୀ ସ୍ଥାନାନ୍ତର ହେବ ନୂପୁରଙ୍କ ବିରୋଧରେ ଥିବା ସବୁ ମାମଲା

ପ୍ରଫେଟ ମହମ୍ମଦଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ବିବାଦୀୟ ହୋଇଥିବା ନୂପୁର ଶର୍ମାଙ୍କୁ ସୁପ୍ରିମକୋର୍ଟଙ୍କ ଆଶ୍ୱସ୍ତି। ଆଜି ହୋଇଥିବା ଶୁଣାଣିରେ ନୂପୁରଙ୍କ ବିରୋଧରେ ଥିବା ସମସ୍ତ ଏଫ୍ଆଇଆର୍ ଦିଲ୍ଲୀକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ । ନୂପୁର ଦୀର୍ଘ ଦିନ ଧରି ଅନୁରୋଧ କରିଆସୁଥିଲେ ଯେ ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗ ଦିଲ୍ଲୀକୁ ସ୍ଥାନାନ୍ତର କରାଯାଉ। ଆଜି କୋର୍ଟ ନୂପୁରଙ୍କ ଅନୁରୋଧ ରଖିବା ସହ ବିଭିନ୍ନ ରାଜ୍ୟରେ ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗକୁ ଦିଲ୍ଲୀକୁ ସ୍ଥାନାନ୍ତର କରିବାକୁ କହିଛନ୍ତି।
ପୂର୍ବରୁ ନୂପୁର ଶର୍ମାଙ୍କ ନାଁରେ ରୁଜୁ ହୋଇଥିବା ଏକାଧିକ ଏଫଆଇଆରକୁ ଏକାଠି କରିବା ପାଇଁ ସୁପ୍ରିମକୋର୍ଟ ରାଜ୍ୟଗୁଡ଼ିକୁ କହିଥିଲେ। ରାଜ୍ୟଗୁଡ଼ିକ ଜବାବ ଦେବା ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ମାମଲାର ଶୁଣାଣି ନ ହେବା ଯାଏ ନୂପୁର ଶର୍ମା ଗିରଫ ହୋଇପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ କହିଥିଲେ । ଏଗୁଡ଼ିକ ଏକାଠି କରି ଦିଲ୍ଲୀକୁ ସ୍ଥାନାନ୍ତର କରିବାକୁ ସେ ଆବେଦନ ହୋଇଥିଲା। ତେବେ ନୂପୁରଙ୍କ ଏହି ଆବେଦନକୁ ବେଙ୍ଗଲ ସରକାର ବିରୋଧ କରିଥିଲେ।
ସୂଚନାଯୋଗ୍ୟ ଗତ ମେ ମାସରେ ଏକ ଟିଭି ବିତର୍କରେ ଯୋଗ ଦେଦେଇ ନୂପୁର କେତେକ ବିବାଦୀୟ ଇସଲାମ ବିରୋଧୀ ମନ୍ତବ୍ୟ ଦେଇଥିଲେ । ଏହାକୁ ନେଇ ମୁସଲିମ ଜଗତରେ ତୀବ୍ର ବିରୋଧ ହେବା ପରେ ବିଜେପି ପକ୍ଷରୁ ନୂପୁର ଓ ଦିଲ୍ଲୀ ୟୁନିଟ ମିଡିଆ ସେଲ ମୁଖ୍ୟ ନବୀନ ଜିନ୍ଦଲଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ।

Powered by Froala Editor