ସ୍କୁଲରେ ଆଜିବୁଜା ଗୁଳିମାଡ଼: ଭୟରେ କୋଠା ଉପରୁ ଡେଇଁ ପଡ଼ିଲେ ଦୁଇ ଛାତ୍ର, ୧୧ ମୃତ

ଦକ୍ଷିଣ-ପଶ୍ଚିମ ଋଷିଆର ଟାଟାରସ୍ତାନ ରାଜ୍ୟର ରାଜଧାନୀ କାଜାନ ସହରରେ ଥିବା ଏକ ସ୍କୁଲରେ ଗୁଳିକାଣ୍ଡ ଘଟିଛି । ସ୍କୁଲ ଚାଲିଥିବାବେଳେ ଦୁଇ ଜଣ ଅଜଣା ବନ୍ଧୁକଧାରୀ ସ୍କୁଲରେ ପ୍ରବେଶ କରି ପ୍ରଥମେ ବିସ୍ଫୋରଣ କରିଥିଲେ । ଏହାପରେ ପିଲାମାନଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ । ଏଥିରେ ପ୍ରାୟ ୧୦ ଜଣ ସ୍କୁଲ ପିଲା ଓ ଜଣେ ଶିକ୍ଷକ ପ୍ରାଣ ହରାଇଛନ୍ତି । ମୃତ ସ୍କୁଲ ପିଲାଙ୍କ ମଧ୍ୟରୁ ଦୁଇଜଣ ପିଲା ଭୟରେ ସ୍କୁଲ କୋଠା ଉପରୁ ଡେଇଁ ପଡ଼ିବାରୁ ପ୍ରାଣ ହରାଇଥିଲେ । ଏନେଇ ଋଷିଆର ସ୍ପୁଟନିକ ନ୍ୟୁଜ ସୂଚନା ଦେଇଛି । ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଘଣ୍ଟରେ ଦୁଃଖପ୍ରକାଶ କରିବା ସହ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।
ଖବର ପାଇଁ ପୁଲିସ ସ୍କୁଲ ଉପରେ ଚଢଉ କରି ଦୁଇଜଣ ବନ୍ଧୁକଧାରୀଙ୍କୁ ଗୁଳି କରି ମାରି ଦେଇଛି । ଏହି ବନ୍ଧୁକଧାରୀଙ୍କ ମଧ୍ୟରୁ ଜଣକର ବୟସ ୧୯ ବର୍ଷ ଓ ତା ନିକଟରେ ଏକ ପଂଜୀକୃତ ବନ୍ଧୁକ ଥିବା ଜଣାଯ଼ାଇଛି ।
Powered by Froala Editor