ରାଜନୀତିକୁ ରଜନୀକାନ୍ତଙ୍କ ନା
ରାଜନୀତିକୁ ନା କହିଦେଲେ ସୁପରଷ୍ଟାର ରଜନୀକାନ୍ତ । ତାଙ୍କର ରାଜନୀତିରେ ରୁଚିନଥିବା ସେ ଆଜି ସ୍ପଷ୍ଟ କରିଛନ୍ତି। ଏଥିସହ ରାଜନୀତିରେ ରଜନୀକାନ୍ତ ଏଣ୍ଟ୍ରିମାରିବା ନେଇ ଦୀର୍ଘ ଦିନ ଧରି ଯେଉଁ ଚର୍ଚ୍ଚା ଚାଳିଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି।
ଆଗରୁ ରାଜନୀତି ପ୍ରତି ରୁଚି ରଖିଥିବା ରଜନୀକାନ୍ତ ଏକ ରାଜନୈତିକ ଦଳ ଗଠନ ନେଇ ତାଙ୍କ ପ୍ରଂଶସକମାନଙ୍କୁ କହିଥିଲେ। ଆଜି ତାମିଲନାଡ଼ୁ ରାଜ୍ୟପାଳ ଆରଏନ ରଭିଙ୍କୁ ରଜନୀକାନ୍ତ ଭେଟି ଥିଲେ। ତେଣୁ ସେ ଖୁବ୍ଶୀଘ୍ର ରାଜନୈତିକ ଦଳ ଗଠନ କରିବେ ବୋଲି ଚର୍ଚ୍ଚା ଜୋର ଧରିଥିଲା। ହେଲେ ରାଜ୍ୟପାଳଙ୍କୁ ଭେଟିବା ପରେ ସେ ଯେଉଁ ପ୍ରତିକ୍ରିୟା ଦେଇଥିଲେ, ତାହା ସମସ୍ତଙ୍କୁ ଚକିତ କରିଛି।
ସେ କହିଛନ୍ତି “ ଏହା କ ସୌଜନ୍ୟମୂଳକ ସାକ୍ଷାତକାର ଥିଲା। ଆମେ କୌଣସି ଭଲ କାମ ପାଇଁ ୨୫-୩୦ ମିନିଟ କଥା ହୋଇଥିଲୁ। ଯଦିଓ ସେ(ରାଜ୍ୟପାଳ) ଉତ୍ତର ଭାରତରେ ରୁହନ୍ତି, ତେବେ ତାମିଲ ଲୋକଙ୍କର ସଚ୍ଚୋଟତା ଓ ପରିଶ୍ରମକୁ ରାଜ୍ୟପାଳ ପ୍ରଶଂସା କରିଛନ୍ତି।”
ତେବେ ରାଜନୀତି ସମ୍ପର୍କରେ ଆଲୋଚନା ହେଲା କି ବୋଲି ପ୍ରଶ୍ନରେ ଉତ୍ତର ଦେଇ ରଜନୀକାନ୍ତ କହିଛନ୍ତି ଯେ ସେମାନେ ରାଜନୀତି ବିଷୟରେ ଅନେକ ଆଲୋଚନା କଲେ। ତେବେ ଏସବୁ ଗଣମାଧ୍ୟମ ସାମ୍ନାରେ କହି ପାରିବି ନାହିଁ ବୋଲି କହିବା ସହ କ୍ଷମା ମାଗିଛନ୍ତି ରଜନୀକାନ୍ତ।
ଏହାପରେ ତାଙ୍କର ରାଜନୀତିରେ ପ୍ରବେଶ ନେଇ ପ୍ରଶ୍ନ କରିଥିଲେ ମିଡିଆ କର୍ମୀ। ହେଲେ ସେ ରୋକ୍ଠୋକ୍ ମନା କରିଦେଇଥିଲେ। ଏବଂ ତା ସହିତ କ୍ଷୀର, ଦହି ଭଳି ଖାଦ୍ୟ ସାମଗ୍ରୀରେ ଜିଏସ୍ଟି ଲାଗିବା ନେଇ ତାଙ୍କୁ ପ୍ରଶ୍ନ କରାଯିବାରୁ ରଜନୀକାନ୍ତ ଏହାର ଉତ୍ତର ଦେବାକୁ ମନା କରିଦେଇଥିଲେ।
Powered by Froala Editor