ଦେହ ବେପାରୀ ପାଇଁ ଭାଙ୍ଗିଲା ବିଲ ଗେଟସ ପରିବାର
ନୁ୍ୟୟର୍କ : ୨୭ ବର୍ଷ ପରେ ବିଲ ଗେଟସ ଓ ମାଲିଣ୍ଡା ଗେଟସଙ୍କ ବିବାହ ବିଚ୍ଛେଦକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ହେଉଛି । ଏହାପଛରେ କାହାର ହାତ ରହିଛି ସେନେଇ ସମସ୍ତଙ୍କ ମନରେ ପ୍ରଶ୍ନ । ତେବେ ଜଣେ ଦେହ ବ୍ୟବସାୟୀଙ୍କ ପାଇଁ ଗେଟସ ପରିବାର ଭାଙ୍ଗିଯାଇଛି ବୋଲି ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି ।
ଏହି ଦେହ ବ୍ୟବସାୟୀ ହେଉଛନ୍ତି ଜେଫ୍ରେ ଏପିଷ୍ଟନ । ୨୦୧୩ରେ ଗେଟସଙ୍କ ସହ ଏପିଷ୍ଟନଙ୍କ ସାକ୍ଷାତ ହୋଇଥିଲା । ସେ ଜଣେ ବଡ଼ ବ୍ୟବସାୟୀ ହୋଇଥିଲେବି ନାବାଳିକାଙ୍କୁ ଯୌନ ବ୍ୟବସାୟ କରିବା ମାମଲାରେ ୧୮ ମାସ ଜେଲ ଯାଇଥିଲେ । ୨୦୧୯ ଅଗଷ୍ଟରେ ତାଙ୍କର ମୃତୁ୍ୟ ହୋଇଥିଲା । ଏପିଷ୍ଟନ ଜେଲରେ ଆତ୍ମହତ୍ୟା କରିଥିଲେ । କିନ୍ତୁ ତାଙ୍କ ସହ ବିଲ ଗେଟସଙ୍କର ସମ୍ପର୍କ ଥିବାରୁ ମାଲିଣ୍ଡା କ୍ଷୁବ୍ଧ ହୋଇଯାଇଥିଲେ । ଯେଉଁଥିପାଇଁ ସେ ୨୦୧୯ ଅକ୍ଟୋବରରୁ ବିଲଙ୍କ ସହ ସମ୍ପର୍କ ରଖିନଥିଲେ । ବିଲ ବାରବାର ଏପିଷ୍ଟନଙ୍କ ସହ ସମ୍ପର୍କକୁ ଖଣ୍ଡନ କରି ଆସୁଥିଲେବି ମାଲିଣ୍ଡା ତାହାକୁ ଗ୍ରହଣ କରିନଥିଲେ । ସେହିପରି ବିଲ ନିଜର ପୂର୍ବତନ ବାନ୍ଧବୀ ଆନ୍ନ ୱିନ ବ୍ଲାଡ଼ଙ୍କ ସହ ସମ୍ପର୍କ ରଖିଥିବାରୁ ବି ମିଲିଣ୍ଡା ଅରାଜି ହୋଇଯାଇଥିଲେ ।
ନିକଟରେ ଗେଟସ ବିବାହ ବିଚ୍ଛେଦ ସମ୍ପର୍କରେ ଘୋଷଣା କରିଛନ୍ତି । ତେବେ ଗେଟସଙ୍କ ସମ୍ପତିର କିଭଳି ଭାଗବଂଟା ହେବ ତାହାକୁ ନେଇ ଅଙ୍କକଷା ଆରମ୍ଭ ହୋଇଯାଇଛି ।
Powered by Froala Editor