ପଶ୍ଚିମବଙ୍ଗର କ୍ୟାବିନେଟରେ ଅଦଳ ବଦଳ : ବାବୁଲ ସୁପ୍ରିଓ କ୍ୟାବିନେଟ ମନ୍ତ୍ରୀ
ଶିକ୍ଷକ ନିଯୁକ୍ତିରେ ଦୁର୍ନୀତିକୁ ନେଇ ଇଡିର କାର୍ଯ୍ୟାନୁଷ୍ଠାନ ମଧ୍ୟରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କ୍ୟାବିନେଟରେ ଅଦଳ ବଦଳ କରିଛନ୍ତି। ମମତାଙ୍କ ମନ୍ତ୍ରିମଣ୍ଡଳରେ ୫ ଜଣ ନୂଆ ଚେହେରାଙ୍କୁ କ୍ୟାବିନେଟ ପଦ ମିଳିଛି। ଏମାନଙ୍କ ମଧ୍ୟରେ ରହିଛନ୍ତି ବାବୁଲ ସୁପ୍ରିଓ। ନୂତନ ମନ୍ତ୍ରୀମାନେ ବୁଧବାର ଶପଥ ଗ୍ରହଣ କରିଛନ୍ତି।
ବିଜେପିର ପୂର୍ବତନ ସାଂସଦ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିଓଙ୍କୁ ମମତା କ୍ୟାବିନେଟରେ ସାମିଲ କରିବା ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଗତବର୍ଷ ବାବୁଲ ବିଜେପି ଛାଡ଼ି ଟିଏମସିରେ ଯୋଗ ଦେଇଥିଲେ। ଏହାପରେ ସେ ଟୋଲିଗଞ୍ଜ ଉପ ନିର୍ବାଚନରେ ବାଜିମାତ କରି ବିଧାନସଭାକୁ ଯାଇଥିଲେ। ଏବେ ମମତା ତାଙ୍କୁ କ୍ୟାବିନେଟ ମନ୍ତ୍ରୀ କରିଛନ୍ତି।
ବାବୁଲଙ୍କ ବ୍ୟତୀତ ସ୍ନେହାଶିଷ ଚକ୍ରବର୍ତ୍ତୀ, ପାର୍ଥ ଭୌମିକ, ଉଦୟନ ଗୁହା ଓ ପ୍ରଦୀପ ମଜୁମଦାର କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ସେହ୍ନାଶିଷ ଦଳର ମୁଖପାତ୍ର ରହିଥିବା ବେଳେ ହୁଗୁଳି ଜିଲ୍ଲାର ଟିଏମସି ମୁଖ୍ୟ ଭାବେ କାମ କରୁଥିଲେ। ପାର୍ଥ ଭୌମିକି ୩ଥରର ବିଧାୟକ। ଉଦୟନ ଗୁହା ୨୦୧୬ ଟିଏମସିରଆ ଯୋଗ ଦେଇଥିଲେ।
ଏମାନଙ୍କ ବାଦ ୪ ଜଣ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏମାନଙ୍କ ମଧ୍ୟରେ ବିରବାହ ହାଁସଦା, ବିପ୍ଳବ ରୟ ଚୌଧୁରୀ, ତଜମୁଲ ହୁସେନ ଓ ସତ୍ୟଜିତ ବର୍ମା।
ଟିଏମସି ସରକାରରେ ମନ୍ତ୍ରୀ ଥିବା ପାର୍ଥ ଚାଟାର୍ଜୀଙ୍କ କାରଣରୁ ଦଳ ହରଡଘଣାରେ ପଡିଛି। ଶିକ୍ଷକ ନିଯୁକ୍ତି ଦୁର୍ନୀତିରେ ପାର୍ଥ ଏବଂ ତାଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀ ସଂଶ୍ଳିଷ୍ଟ ଥିବା ଜଣା ପଡିଛି। ଅର୍ପିତା ମୁଖାର୍ଜୀଙ୍କ ଗରୁ ନଗଦ ୫୧ କୋଟି ଏବଂ ୫ କିଲୋ ସୁନା ଜବତ ପରେ ଇଡି ଉଭୟଙ୍କୁ ଗିରଫ କରି ସାରିଛି।
Powered by Froala Editor