ସାମ୍ବାଦିକ ସନ୍ଦୀପ ସାହୁ ଲେଖିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆତ୍ମଜୀବନୀ
ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଜୁଲାଇ ୨୫ରେ ଶପଥ ନେଇଛନ୍ତି ଦ୍ରୌପଦୀ ମୁର୍ମୁ। ଏବେ ତାଙ୍କ ଉପରେ ଲେଖାଯିବ ଆତ୍ମଜୀବନୀ ମ୍ୟାଡମ ପ୍ରେସିଡେଣ୍ଟ: ଏ ବାୟୋଗ୍ରାଫି ଅଫ ଦ୍ରୌପଦୀ ମୁର୍ମୁ’ । ପୁସ୍ତକର ରଚନା କରିବେ ବରିଷ୍ଠ ସାମ୍ବାଦିକ ସନ୍ଦୀପ ସାହୁ। ମଙ୍ଗଳବାର ପେଙ୍ଗୁଇନ ରେଣ୍ଡମ ହାଉସ ଇଣ୍ଡିଆ(ପିଆରଏଚଆଇ) ଏହାର ଘୋଷଣା କରିଛି।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଏହା ପ୍ରଥମ ପ୍ରାମାଣିକ ବାୟୋଗ୍ରାଫି ହେବ। ଏଥିରେ ତାଙ୍କର ବାଲ୍ୟଜୀବନ, ସଂଘର୍ଷ, ରାଜନୈତିକ ଜୀବନ ଏବଂ କାଉନସିଲରରୁ ରାଷ୍ଟ୍ରପତି ପର୍ଯ୍ୟନ୍ତ ଯାତ୍ରା ସବୁ ଉଲ୍ଲେଖ ରହିବ। ଏନେଇ ସନ୍ଦୀପ ସାହୁ କହିଛନ୍ତି, ପେଙ୍ଗୁଇନ ଇଣ୍ଡିଆ ଏ ନେଇ ମୋ ସହ ଯୋଗାଯୋଗ କରିଥିଲେ। ରାଷ୍ଟ୍ରପତିଙ୍କ ଉପରେ ପୁସ୍ତକ ଲେଖାଯିବାର କେତେ ସମ୍ଭାବନା ରହିଛି ପଚାରିଥିଲେ।
ଯାହାର ଉତ୍ତରରେ ସନ୍ଦୀପ ସାହୁ କହିଥିଲେ, ସେ ଓଡିଶାର ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲାର ବାସିନ୍ଦା। ସେଠାରେ ସେ ନିଜର ପୂରା କିଶୋରବସ୍ଥା ବିତାଇଛନ୍ତି। ଏହି ପୁସ୍ତକ ମୟୂରଭଞ୍ଜର ଏକ ଛୋଟ ଗାଁରୁ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ରାଷ୍ଟ୍ରପତି ମୁର୍ମୁଙ୍କ ଅଦ୍ଭୁତପୂର୍ବ ଯାତ୍ରାର ବର୍ଣ୍ଣନା କରିବ। ନଭେମ୍ବରରୁ ଡିସେମ୍ବର ମଧ୍ୟରେ ପୁସ୍ତକଟି ପ୍ରକାଶ ପାଇବ। ପ୍ରଥମେ ଇଂରାଜୀ ଏବଂ ପରବର୍ତ୍ତୀ ସମୟରେ ଅନ୍ୟ ଭାଷାରେ ପୁସ୍ତକ ପ୍ରକାଶ ପାଇବ। ଯଦି ପ୍ରକାଶକ ଓଡିଆ ଭାଷାରେ ପୁସ୍ତକ ଅନୁବାଦ କରିବାକୁ କୁହାଯିବ ତେବେ ସେ ନିଶ୍ଚିତ ରୂପେ ଚେଷ୍ଟା କରିବେ ବୋଲି ସନ୍ଦୀପ ସାହୁ କହିଛନ୍ତି।
Powered by Froala Editor