'ଲାଲ୍ ସିଂ ଚଡ୍ଡା'କୁ ବୟକଟ୍ ଦାବି, ମୁହଁ ଖୋଲିଲେ ଆମୀର
ପ୍ରାୟ ୪ ବର୍ଷ ପରେ ବଲିଉଡ୍ ଅଭିନେତା ଅମିର ଖାନ୍ ଫିଲ୍ମ 'ଲାଲ୍ ସିଂ ଚଡ୍ଡା'ସହ ସିନେମାକୁ ଫେରୁଛନ୍ତି। ଏହି ଫିଲ୍ମଟି ଅଗଷ୍ଟ ୧୧ରେ ପ୍ରେକ୍ଷାଳୟରେ ରିଲିଜ୍ ହେବ। ହେଲେ ଫିଲ୍ମଟି ରିଲିଜ୍ ପୂର୍ବରୁ ବୟକଟ୍ ଦାବି କରୁଛି। ସୋସିଆଲ ମିଡ଼ିଆରେ #boycottlaalsinghchaddha ଟ୍ରେଣ୍ଡ କରୁଛି। ଆମୀର ଓ କରୀନାଙ୍କ ଏହି ଫିଲ୍ମକୁ ନ ଦେଖିବା ପାଇଁ କିଛି ଲୋକ ସୋଶାଲ ମିଡିଆରେ ପ୍ରଚାର ଆରମ୍ଭ କରିଛନ୍ତି। ଏହି ଫିଲ୍ମ ହିନ୍ଦୁ ମାନଙ୍କ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ ଉଠିଛି।
ସେପଟେ ମୁହଁ ଖୋଲିଛନ୍ତି ଆମୀର ଖାନ୍ । ଅମୀର କହିଛନ୍ତି, ଗୋଟିଏ ଫିଲ୍ମ ବନାଇବାକୁ ଅନେକ ଟଙ୍କା ଖର୍ଚ୍ଚ ହୁଏ। ଏଥିରେ ଜଣଙ୍କର ନୁହେଁ ଅନେକ ଲୋକଙ୍କର ପରିଶ୍ରମ ଓ ଆଶା ବାନ୍ଧି ହୋଇରହିଥାଏ। ଏପରି ସ୍ଥଳେ ଲାଲ ସିଂହ ଚଡ୍ଡା’ ଫିଲ୍ମକୁ ଏପରି ବିରୋଧ କରିବା ବାସ୍ତବରେ କଷ୍ଟଦାୟକ। କିଛି ଲୋକେ ଭାବୁଛନ୍ତି ମୁଁ ଯେମିତି ମୋ ଦେଶକୁ ଭଲ ପାଏନାହିଁ। ହେଲେ ମୁଁ ସେହି ଲେକାଙ୍କୁ କହିବାକୁ ଚାହୁଁଛି ଯେ, ମୁଁ ମୋ ଦେଶକୁ ସବୁଠୁ ଅଧିକ ଭଲପାଏ। ତେଣୁ ସେମାନଙ୍କୁ ମୋର ଅନୁରୋଧ ମୋର ଏହି ଫିଲ୍ମକୁ ବୟକଟ୍ କରନ୍ତୁ ନାହିଁ।’
୨୦୧୫ରେ ଆମୀର ଖାନ୍ ଅସହିଷ୍ଣୁତା ଉପରେ ଦେଇଥିବା ଏକ ପୁରୁଣା ବୟାନକୁ ତାଙ୍କୁ ଟାର୍ଗେଟ୍ କରିଛନ୍ତି। ଏହି ବୟାନରେ ଆମୀର କହିଥିଲେ, ‘ ଭାରତ ବେଶ୍ ସହିଷ୍ଣୁ ଦେଶ, କିନ୍ତୁ କିଛି ଲୋକ ଏଠାରେ ଅସହିଷ୍ଣୁତା ପ୍ରଚାର କରିବା କାମ କରୁଛନ୍ତି।’ ଏହି ବୟାନକୁ ନେଇ ଏବେ ତାଙ୍କ ଫିଲ୍ମକୁ ବୟକଟ୍ କରିବାକୁ ଦାବି ଉଠିଛି।
ଫିଲ୍ମ 'ଲାଲ୍ ସିଂ ଚଡ୍ଡା' ଟମ ହ୍ୟାଙ୍କ୍ଙ୍କ ଅଭିନୀତ ହଲିଉଡ ଫିଲ୍ମ ଫରେଷ୍ଟ ଗୁମ୍ପର ଏହା ହେଉଛି ହିନ୍ଦୀ ରିମେକ୍। ଯାହାକୁ ଅଦୈତ ଚନ୍ଦନ ନିର୍ଦ୍ଦେଶନା ଦେଇଛନ୍ତି। ଏହି ଫିଲ୍ମରେ ଅମିରଙ୍କ ସହ କରୀନା କପୁର ଖାନ୍ ନଜର ଆସିବେ।
Powered by Froala Editor