ହଲିଉଡ୍ ଅଭିନେତା ଡେଭିଡ ୱାର୍ଣ୍ଣରଙ୍କ ଦେହାନ୍ତ
ମଙ୍ଗଳବାର ହଲିଉଡ୍ ଅଭିନେତା ଡେଭିଡ ୱାର୍ଣ୍ଣରଙ୍କ ପରଲୋକ ଘଟିଛି। ୮୦ ବର୍ଷ ବୟସରେ ତାଙ୍କ ଦେହାନ୍ତ ହୋଇଛି। ଦୀର୍ଘ ଦିନ ହେବ ସେ କ୍ୟାନସର୍ରେ ପୀଡିତ ଥିଲେ। ଏନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ମିଳିଛି।
ହଲିଉଡ୍ର ଅନେକ ଫିଲ୍ମରେ କାମ କରିଛନ୍ତି ଡେଭିଡ। ତାଙ୍କୁ ହଲିଉଡ୍ର ସୁପରଷ୍ଟାରର୍ ଫିଲ୍ମ 'ଟାଇଟାନିକ' ଓ 'ୱମେନ' ଭଳି ଫିଲ୍ମରେ ଦେଖିବାକୁ ମିଳିଥିଲା। ୱାର୍ଣ୍ଣର ୧୯୭୧ରେ ସାଇକୋଲଜିକାଲ ଥ୍ରଲର ‘ଷ୍ଟ୍ରା ଡଗ୍ସ’, ୧୯୭୬ରେ ହରର୍ କ୍ଲାସିକ୍ ଫିଲ୍ମ ‘ଦ ୱମେନ’, ୧୯୭୯ରେ ‘ଟାଇମ-ଟ୍ରାଭେଲ ଆଡଭେଞ୍ଜର୍ସ ‘ଟାଇମ୍ ଆଫଟର୍ ଟାଇମ୍’ ଓ ୧୯୯୭ରେ ବ୍ଲକବଷ୍ଟର ଫିଲ୍ମ ‘ଟାଇଟାନିକ’ରେ ଅଭିନୟ କରିଥିଲେ।
ଡେଭିଡ ୱାର୍ଣ୍ଣର କେବଳ ଫିଲ୍ମ ନୁହେଁ ବହୁ ବର୍ଷ ଧରି ଟେଲିଭିଜନ ଶୋ’ରେ ମଧ୍ୟ କାମ କରିଛନ୍ତି। ୧୯୬୬ରେ ରିଲିଜ ହୋଇଥିବା କାରେଲ ରିଞ୍ଜଙ୍କ ‘ମାର୍ଗନ୍ ଏ ସୁଟେବଲ କେସ୍ ଫର ଟ୍ରିଟ୍ମେଣ୍ଟ’ରେ ଟାଇଟଲ ଭୂମିକା ପାଇଁ ତାଙ୍କୁ ବ୍ରିଟିଶ ଏକାଡେମି ଫିଳ୍ମ ଆୱାର୍ଡ ପାଇଁ ନମୋନେଟ୍ କରାଯାଇଥିଲା। ଏହାପରେ ସେ ୧୯୮୧ରେ ଟିଭି ମିନି ସିରିଜ୍ ‘ମସାଡା’ରେ ରୋମନ ରାଜନେତା ପୋମ୍ପେନେସ ଫାଲ୍କୋ ରୂପେ ଅଭିନୟ କରିଥିଲେ। ଏଥିପାଇଁ ମଧ୍ୟ ତାଙ୍କୁ ଏମି ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଏହା ବ୍ୟତିତ ଅଧିକାଂଶ ଫିଲ୍ମରେ ଖଳନାୟକ ଚରିତ୍ରରେ ଅଭିନୟ କରିଛନ୍ତି ଡେଭିଡ । ଫିଲ୍ମ ‘ଟାଇଟାନିକ୍’ ଓ ‘ୱମେନ’ ଫିଲ୍ମରେ ସେ ବେଶ୍ ଚର୍ଚ୍ଚା ସାଉଁଟିଥିଲେ।
Powered by Froala Editor