ଅଜାଆଇଙ୍କ ନାଁ ରଖିଲେ ଶ୍ରୀଜା : ମା’ଙ୍କ ପରଲୋକ ପରେ ବାପା ହାତ ଛାଡ଼ିଦେଇଥିଲେ
ପରିସ୍ଥିତି ଯାହାବି ଥାଉନା କାହିଁକି ଦୃଢ ନିଷ୍ଠା ଆଗରେ ସଫଳତା ପାଦ ଛୁଏଁ । ଯାହାର ଉଦାହରଣ ହେଉଛନ୍ତି ଶ୍ରୀଜା । ଦିନେ ମା’ ପରଲୋକ ଚାଲିଯିବା ପରେ ବାପା ବି ହାତ ଛାଡି ଦେଇଥିଲେ । ଆଜି ସେହି ଶ୍ରୀଜା ଆଜାଆଇଙ୍କ ପାଖରେ ରହି ନାଁ ରଖିଛନ୍ତି ।
ବିଜେପି ସାଂସଦ ବରୁଣ ଗାନ୍ଧି ବିହାର ଟପ୍ପର ଶ୍ରୀଜାଙ୍କ କାହାଣୀ ସମସ୍ତଙ୍କୁ ଜଣାଇଛନ୍ତି। ସେ ଶ୍ରୀଜା ଓ ତାଙ୍କ ଆଈ ଦେଇଥିବା ଗୋଟିଏ ସାକ୍ଷାତକାରର ଭିଡିଓ ଟ୍ୱିଟ କରିଛନ୍ତି। ପାଟନାର ଶ୍ରୀଜା, ସିବିଏସଇ ଦଶମ ଶ୍ରେଣୀ ବୋର୍ଡ ରେଜଲ୍ଟରେ ୯୯.୪ ପ୍ରତିଶତ ମାର୍କ ରଖିଛନ୍ତି । କିନ୍ତୁ ଶ୍ରୀଜାଙ୍କ କାହାଣୀ ଏବେ ଲୋକଙ୍କ ଆଖିରେ ଲୁହ ଆଣୁଛି । ଆଈ କହିଛନ୍ତି, ଛୋଟ ବେଳେ ଶ୍ରୀଜା ନିଜ ମାଆଙ୍କୁ ହରାଇଥିଲେ । ଏହାପରେ ତାଙ୍କ ବାପା ମଧ୍ୟ ଛାଡି ପଳାଇଥିଲେ । ପରେ ଅଜା-ଆଈଙ୍କ ଘରେ ରହି ନିଜ ପରିଶ୍ରମରେ ନୂଆ କିର୍ତ୍ତୀମାନ ସ୍ଥାପନ କରିଛନ୍ତି।
“ଏହି ରେଜଲ୍ଟରେ ଆମେ ବହୁତ ଖୁସି।” ନିଜର ଜ୍ୱାଇଁଙ୍କ ସମ୍ପର୍କରେ ସେ କହିଛନ୍ତି, “ମୋ ଝିଅର ମୃତ୍ୟୁ ପରେ ସେ ଶ୍ରୀଜାକୁ ଛାଡ଼ି ଚାଲି ଯାଇଥିଲେ। ସେବେଠାରୁ ତାଙ୍କୁ ଆମେ ଆଉ ଦେଖିନୁ। ସେ ପୁଣି ବାହା ହୋଇଯାଇଥିବା ଆମେ ଜାଣିବାକୁ ପାଇଛୁ। ଏବେ ଶ୍ରୀଜାର ରେଜଲ୍ଟ ଦେଖି ସେ ନିଶ୍ଚିତ ଅନୁତାପ କରୁଥିବେ। ଝିଅକୁ କାହିଁକି ଛାଡ଼ିଲି ବୋଲି ଭାବୁଥିବେ।” ସୋସିଆଲ ମିଡିଆରେ ଲୋକେ ଶ୍ରୀଜାଙ୍କୁ ଶୁଭେଚ୍ଛା ଜଣାଇବା ସହ ଝିଅଟିର ଉଦ୍ୟମକୁ ବେଶ ପ୍ରଶଂସା କରୁଛନ୍ତି।
Powered by Froala Editor