ବିପଦ ସାଜିଛି ମଙ୍କିପକ୍ସ : ଏମର୍ଜେନ୍ସି ଘୋଷଣା କଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ
ବିଶ୍ୱ ପାଇଁ ବିପଦ ସାଜିଛି ମଙ୍କିପକ୍ସ। ମଙ୍କିପକ୍ସ ମାମଲା ଉଦ୍ବେଗଜନକ ଭାବେ ବୃଦ୍ଧି ପାଇଥିବାରୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏହାକୁ ଗମ୍ଭୀରତାର ସହ ନେଇଛି। ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ମଙ୍କିପକ୍ସ୍କୁ ବିଶ୍ୱ ସ୍ବାସ୍ଥ୍ୟ ଏମର୍ଜେନ୍ସି ଘୋଷଣା କରାଯାଇଛି। ଏହା ସହିତ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।
ଇତିମଧ୍ୟରେ ପୃଥିବୀରେ ୧୫ ହଜାରରୁ ଅଧିକ ମଙ୍କିପକ୍ସ୍ ମାମଲା ଚିହ୍ନଟ ହୋଇଛି। ଏଥି ସହିତ ଆଫ୍ରିକାରେ ମଙ୍କିପକ୍ସ ଯୋଗୁଁ ୫ ଜଣଙ୍କର ମୃତ୍ୟୁ ଘଟିଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ସେକ୍ରେଟେରୀ ଜେନେରାଲ ଟେଡ୍ରୋସ ଆଧାନୋମ ଘେବ୍ରେୟସସ ଏନେଇ ୩ ଦିନ ତଳେ ସୂଚନା ଦେଇଥିଲେ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଏନେଇ ଗଠିତ କମିଟିର ଦ୍ୱିତୀୟ ବୈଠକରେ ଏହା ଅନ୍ତର୍ଜାତୀୟ ଚିନ୍ତାର ବିଷୟ ହେବ କି ନାହିଁ ତାହା ସ୍ଥିର କରାଯିବା ନେଇ ଆଲୋଚନା ହେବା ପରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଜୁଲାଇ ୧୫ ସୁଦ୍ଧା ସମଗ୍ର ପୃଥିବୀରେ ମଙ୍କିପକ୍ସ ସଂକ୍ରମଣର ୧୧,୬୩୪ ମାମଲା ଚିହ୍ନଟ ହୋଇଥିଲା।
ସାରା ବିଶ୍ୱରେ ମଙ୍କିପକ୍ସ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଏହି ଭାଇରସ କେବଳ ବୟସ୍କ ନୁହେଁ ବରଂ ଛୋଟ ଶିଶୁ ବି ଆସିଛନ୍ତି । ଏବେସୁଦ୍ଧା ୬୦ରୁ ଅଧିକ ଦେଶରେ ଏହି ଭାଇରସ ଆତଙ୍କ ଖେଳାଇ ସାରିଛି । ଆଫ୍ରିକାରେ ୫ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି । ମଙ୍କିପକ୍ସରେ ଏବେ ଶିଶୁ ସଂକ୍ରମିତ ହେଉଛନ୍ତି । ଆମେରିକାରେ ଏବେସୁଦ୍ଧା ୨୫୯୩ ମାମଲା ସାମ୍ନାକୁ ଆସିଛି । ଏପର୍ଯ୍ୟନ୍ତ, କାନାଡା ଏବଂ ଆମେରିକାରେ ମଙ୍କିପକ୍ସ ସଂକ୍ରମଣର ସର୍ବାଧିକ ସଂଖ୍ୟକ ରିପୋର୍ଟ ହୋଇଛି।
Powered by Froala Editor