ସିବିଏସଇ ଦଶମ ପରୀକ୍ଷା ଫଳ ପ୍ରକାଶ

ଭୁବନେଶ୍ୱର: ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ ପରେ ସିବିଏସଇ ଦଶମ ପରୀକ୍ଷା ଫଳ ପ୍ରକାଶ ପାଇଛି ।
ପ୍ରଥମେ ସକାଳ ୧୦ଟା ପୂର୍ବରୁ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇଥିବାବେଳେ ଅପରାହ୍ନ ୨ଟାରେ ଦଶମ ପରୀକ୍ଷା ଫଳ ପ୍ରକାଶ ପାଇଛି । cbse.nic.in ୱେବସାଇଟରେ ରେଜଲ୍ଟ ଉପଲବ୍ଧ । ଚଳିତ ବର୍ଷ ଦଶମରେ ମୋଟ ୨୧ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି ।
ପୂର୍ବରୁ ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ ପ୍ରକାଶ ପାଇଥିଲା। ଦେଶର ମୋଟ ୧୪ ଲକ୍ଷ ୩୫ ହଜାର ୩୬୬ ଛାତ୍ରଛାତ୍ରୀ ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧୩,୩୦,୬୬୨ ଜଣ ପିଲା ପାସ କରିଛନ୍ତି। ଦ୍ୱାଦଶ ଶ୍ରେଣୀରେ ମୋଟ୍ ୯୨.୭୧ ପ୍ରତିଶତ ପିଲା ପାସ କରିଛନ୍ତି। ଛାତ୍ରଙ୍କ ତୁଳନାରେ ଛାତ୍ରୀମାନେ ପୁଣି ବାଜି ମାରିଛନ୍ତି।
ଛାତ୍ରୀଙ୍କ ପାସ ହାର ୯୪.୫୪% ଥିବା ବେଳେ ୯୧.୨୫% ଛାତ୍ର ପାସ୍ କରିଛନ୍ତି। ୩୩ ହଜାର ପିଲା ୯୫%ରୁ ଅଧିକ ମାର୍କ ରଖିଥିବା ବେଳେ ୯୦%ରୁ ଅଧିକ ମାର୍କ ରଖିଥିବା ପିଲାଙ୍କ ସଂଖ୍ୟା ୧.୩୪ ଲକ୍ଷ। ୨୦୨୧ ତୁଳନାରେ ପାସ ହାର ୨୦୨୨ରେ ହ୍ରାସ ପାଇଛି। ୨୦୨୧ରେ ପାସ ହାର ୯୯.୩୭% ଥିଲା। ଏଥର ଏହା ୯୨.୭୧%କୁ ଖସିଛି।
Powered by Froala Editor