ଲକ୍ଷାଧିକ ଅଫିମ ଚାଲାଣବେଳେ ୫ ଧରାପଡ଼ିଲେ

କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଦୈତାରୀ ଥାନା ରେବଣାପଳାଶପାଳ ପଂଚାୟତ ବୁଢୀପଦା ଗାଁ ଠାରୁ ୧୪ କିଲୋମିଟର ରେବଣା ସଂରକ୍ଷିତ ଜଙ୍ଗଲର ବଡଝାର ଠାରେ ଗଂଜେଇ ଚାଷ ବହୁ ଦିନରୁ ହୋଇଆସୁଥିବା ବେଳେ ଏହାର ଅଫିମ ଚଢା ଦରରେ ବିକ୍ରି କରାଯାଉଛି । ତେବେ ବହୁଦିନ ପରେ ଏକ ଅଫିମ ଚାଲାଣକାରୀ ର୍ୟାକେଟ ଧରିଛି ହରିଚନ୍ଦନପୁର ପୁଲିସ ।
ସୋମବାର ହରିଚନ୍ଦନପୁର ଥାନାଧିକାରିଣୀଙ୍କ ନିକଟକୁ ଖବର ଆସିବା ପରେ ସେ ପୁଲିସ ଟିମକୁ ନେଇ ଚଢ଼ଉ କରିଥିଲେ । ହରିଚନ୍ଦନପୁର ଥାନାର କାଳିଆଦୁମା ନିକଟରେ ଅଲଟୋ ଗାଡିକୁ ଅଟକାଇ ଚୋରା ଚାଲାଣକାରୀଙ୍କୁ ଧରିବା ସହ ସହ ଅଫିମ ଜବତ କରିଥିଲେ । ଅଫିମ ଲକ୍ଷାଧିକ ଟଙ୍କାର ବୋଲି କୁହାଯାଉଛି । ଏହି ଅଫିମ ଚୋରା ଚାଲାଣର ମୁଖ୍ୟ ଅଭିଯୁକ୍ତ ମୟୁରଭଂଜ ଜିଲ୍ଲା ରରୁଆଁ ଅଂଚଳର ଜନ ହାସା (୨୫) ହୋଇଥିବା ବେଳେ ତାଙ୍କୁ ସହ ଯୋଗ କରୁଥିଲେ ଝାଡଖଣ୍ଡ ରାଜ୍ୟର ଜାଗାଇ ସାରୁକାଟ (୨୪), ସାନି ମୁଣ୍ଡା (୨୧), ଅଟୱା ମୁଣ୍ଡା(୨୨) ଏବଂ ଟୁରୀ ମୁଣ୍ଡା (୩୨) । ହରିଚନ୍ଦନପୁର ଥାନା କେଶ ନଂ ୧୪୩/ ୧୯-୦୭-୨୦୨୨ ଦଫା ୧୮(ବି), ଏନଡିପିଏସ ଆକ୍ଟରେ ସେମାନଙ୍କୁ ଗିରଫ କରି କୋର୍ଟ ଚ।ଲଣ କରାଯାଇଛି ।
Powered by Froala Editor