`କିସି ନଜର ତୋ ତେରା ଇନ୍ତଜାର ଆଜ ଭି ହେ…’ ଗଜଲ ଗାୟକ ଭୁପିନ୍ଦର ସିଂଙ୍କ ପରଲୋକ
ଦେଶର ଜଣାଶୁଣା କଣ୍ଠଶିଳ୍ପୀ ତଥା ଗଜଲ ଗାୟକ ଭୁପିନ୍ଦର ସିଂଙ୍କ ସୋମବାର ସନ୍ଧ୍ୟାରେ ପରଲୋକ ହୋଇଛି। ମୁମ୍ବାଇ ଅନ୍ଧେରୀ ସ୍ଥିତ କ୍ରିଟିକେୟାର ହସ୍ପିଟାଲ୍ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଭୂପିନ୍ଦର ସିଂହ। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା। ଏନେଇ ତାଙ୍କ ପତ୍ନୀ ଗାୟିକା ମିତାଲି ମୁଖାର୍ଜୀ ସୂଚନା ଦେଇଛନ୍ତି।
ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ଯେ ମୁତ୍ରାଶୟଜନିତ ରୋଗରେ ସେ ଆକ୍ରାନ୍ତ ହେବା ପରେ ତାଙ୍କୁ ମୁମ୍ବାଇର ଏକ ହସପିଟାଲରେ ଗତ ୧୦ ଦିନ ହେଲା ଭର୍ତ୍ତି କରାଯାଇଥିଲା। ସେଠାରେ କରୋନା ପରୀକ୍ଷଣ ପରେ ସେ ପଜିଟିଭ ଚିହ୍ନଟ ହୋଇଥିଲେ। ତେବେ ପେଟରେ କର୍କଟ ଓ କୋଭିଡ୍ ଯୋଗୁ ଆଜି ସନ୍ଧ୍ୟା ପ୍ରାୟ ୭.୪୫ ମିନିଟ ସମୟରେ ସେ ଶେଷ ନିସ୍ୱାସ ତ୍ୟାଗ କରିଛନ୍ତି।
ଗଜଲ ପାଇଁ ସେ ଖୁବ୍ ଫେମସ୍। ତାଙ୍କର ସୁଲଳିତ କଣ୍ଠରେ ଅନେକ ଗୀତ ଖୁବ୍ ହିଟ୍ ହୋଇଛି। ‘ଦିଲ ଧୁଣ୍ଡତା ହେ…’, ‘ନାମ ଗୁମ ଜାଏଗା…’, ‘ଏକ ଆକେଲା ଇସ୍ ସହର ମେ…’, ‘କିସି ନଜର ତୋ ତେରା ଇନ୍ତଜାର ଆଜ ଭି ହେ…’ ଦୁନିଆ ଛୁଟେ ୟାର ନା ଛୁଟେ ଆଦି ହିନ୍ଦୀ ଗୀତ ତାଙ୍କୁ ବଲିଉଡରେ ଲୋକପ୍ରିୟ କରିଥିଲା। ତାଙ୍କ ମୃତ୍ୟୁରେ ବଲିଉଡ ତଥା ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି।
Powered by Froala Editor