ଯାଆଁଳା ସନ୍ତାନର ବାପା, ମା’ ହେବେ ରଣବୀର-ଆଲିଆ !
ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ବିବାହର ମାତ୍ର ୩ ମାସ ପରେ ଆଲିଆ ଭଟ୍ଟ ନିଜେ ଗର୍ଭବତୀ ହେବାର ଖବର ପୋଷ୍ଟ କରିଛନ୍ତି । ବର୍ତ୍ତମାନ କୁହାଯାଉଛି କି ଆଲିଆ ଭଟ୍ଟ ଏବଂ ରଣବୀର କପୁର ଯାଆଁଳା ସନ୍ତାନ ହେବାକୁ ଯାଉଛି। ସୋଶାଲ ମିଡିଆରେ ଏଭଳି ଖବର ଭାଇରାଲ ହେଉଛି। ତେବେ ଏନେଇ ଏହି ଷ୍ଟାର୍ କପଲଙ୍କ ପକ୍ଷରୁ କୌଣସି ଔପଚାରିକ ରୂପେ ଘୋଷଣା ହୋଇନାହିଁ। କିନ୍ତୁ ନିକଟରେ ରଣବୀର ଏକ ଶୋ’ରେ ଯୋଗ ଦେଇ ଏକ ହିଣ୍ଟ ଦେଇଥିଲେ। ଷ୍ଟାର୍ ପ୍ଲସରେ ପ୍ରସାରିତ ଏକ ଶୋ’ରେ ଯୋଗ ଦେଇ ରଣବୀର କହିଥିଲେ, ‘ମୁଁ ଝିଅ ଚାହେଁ ଓ ଆଲିଆଙ୍କୁ ପୁଅ ପସନ୍ଦ।’
ଏ ନେଇ ସୋସିଆଲ ମିଡିଆରେ ଜଣେ ୟୁଜର୍ସ ଲେଖିଛନ୍ତି, ‘ଏହି ଦୁଇଜଣ କେତେ ଭାଗ୍ୟବାନ।’ ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି, ‘ଏହା ଆଶ୍ଚର୍ଯ୍ୟଜନକ।’ ଅନେକ ୟୁଜର୍ସ ରଣବୀର-ଆଲିଆଙ୍କୁ ଶୁଭକାମନା ଜଣାଇଛନ୍ତି। ଏହା ବ୍ୟତୀତ ଆଉ କେତେ ଜଣେ ଦମ୍ପତିଙ୍କୁ ଏଥିପାଇଁ ଟ୍ରୋଲ ମଧ୍ୟ କରିଛନ୍ତି। ସେମାନେ କହିଛନ୍ତି, ‘ଅନ୍ୟଟି କାହାର ରଣଭୀର ସିଂଙ୍କର କି?’
ଆଗକୁ ଆଲିଆ ଭଟ୍ଟ ଏବଂ ରଣବୀର କପୁର ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ଏକାଠି ନଜର ଆସିବେ। ଏଥିପାଇଁ ପ୍ରଶଂସକମାନେ ଏହି ଯୋଡିଙ୍କୁ ପରଦାରେ ଦେଖିବାକୁ ବେଶ୍ ଏକ୍ସସାଇଟେଡ୍ ଅଛନ୍ତି।
Powered by Froala Editor