ମାଳଦୀପ ପଳାଇଲେ ଶ୍ରୀଲଙ୍କା ରାଷ୍ଟ୍ରପତି
କଲମ୍ୱୋ : ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ ଇସ୍ତଫାର ସରକାରୀ ଘୋଷଣା ପୂର୍ବରୁ ଦେଶରୁ ପଳାୟନ କରିଛନ୍ତି । ଗୋଟବାୟା ରାଜପକ୍ଷେ ମଙ୍ଗଳବାର ରାତିରେ ମାଳଦୀପ ପହଞ୍ଚିଛନ୍ତି ।
ଗୋଟବାୟା ରାଜପକ୍ଷେ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେବା ପୂର୍ବରୁ ପରିବାର ସମେତ ନିଜକୁ ସୁରକ୍ଷା ମାଗିଥିଲେ । ରାଜପକ୍ଷେ ସର୍ତ୍ତ ରଖି କହିଥିଲେ ଯେ, ସେ ପରିବାର ସମେତ ଦେଶରୁ ବାହାରିଯିବାକୁ ଚାହୁଁଛନ୍ତି । ଏଭଳି ସ୍ଥିତିରେ ସୁରକ୍ଷିତ ପଠାଇବାକୁ ସୁନିଶ୍ଚିତ କରାଯାଉ । ଗୋଟବାୟାଙ୍କ ତରଫରୁ ୩ ଦିନ ପୂର୍ବରୁ ଏହି ଘୋଷଣା କରାଯାଇଥିଲା ଯେ, ଜୁଲାଇ ୧୩ ରେ ଇସ୍ତଫା ଦେବେ ।
ଗୋଟବାୟା ଇସ୍ତଫା ଉପରେ ଦସ୍ତଖତ ଦିନକ ପୂର୍ବରୁ କରିଥିଲେ । ଏଥିରେ ତାରିଖ ଜୁଲାଇ ୧୩ ରଖାଯାଇଛି । ଏବେ ଗୋଟବାୟା ରାଜପକ୍ଷେଙ୍କ ଇସ୍ତଫା ନେଇ ଆଜି ବାଚସ୍ପତି ସର୍ବସାଧାରଣରେ ଘୋଷଣା କରିବେ ।
Powered by Froala Editor