AIADMK କାର୍ଯ୍ୟାଳୟରେ ଭଙ୍ଗାରୁଜା, ପନିରସେଲଭମ୍ ଦଳରୁ ବହିଷ୍କୃତ
ତାମିଲନାଡୁରେ AIADMK ର ଦୁଇ ବିରୋଧୀ ନେତା ଇଡ୍ଡାପଡୀ କେ ପାଲାନିସ୍ୱାମୀ ଏବଂ ହେ ପନିରସେଲଭାମଙ୍କ ସମର୍ଥକଙ୍କ ଦ୍ୱାରା କାର୍ଯ୍ୟାଳୟରେ ଓ ଭଙ୍ଗାରୁଜା କରିବା ପରେ ସୋମବାର ଅଧିକାରୀମାନେ ଦଳର ମୁଖ୍ୟାଳୟକୁ ସିଲ୍ କରିଛନ୍ତି । ହିଂସାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି ବୋଲି ଅଧିକାରୀମାନେ କହିଛନ୍ତି। ପନିରସେଲଭମଙ୍କୁ ଦଳରୁ ବହିଷ୍କାର କରାଯାଇଛି । ତେବେ ଏହା ପରେ ସେ କହିଛନ୍ତି ଯେ ସେ କୋର୍ଟକୁ ଯିବେ । ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିବେ ଏବଂ କର୍ମକର୍ତ୍ତାଙ୍କ ପାଇଁ ନ୍ୟାୟ ମାଗିବେ ବୋଲି ରୋକଠୋକ କହିଛନ୍ତି।
ସୂଚନା ଥାଉକି, ଉଭୟ ନେତାଙ୍କ ସମର୍ଥକଙ୍କ ମଧ୍ୟରେ ହିଂସା ଦେଖାଦେଇଥିଲା । ଏହା ପରେ ସେମାନେ ଅଭାଇ ଶାନମୁଗାମ ସାଲାଇରେ ଥିବା AIADMK ମୁଖ୍ୟାଳୟରେ ଭଙ୍ଗାରୁଜା କରିଥିଲେ । ପଲାନିସ୍ୱାମୀ ଶାସକ ଡିଏମକେର ପନିରସେଲଭମଙ୍କୁ “କୁକୁର” ବୋଲି କହିଥିଲେ । ହିଂସା ପାଇଁ ପନିରସେଲଭମ୍ ଙ୍କୁ ଦାୟୀ କରିଥିଲେ । ଏଆଇଏଡିଏମକେ ନେତା ଡି ଜୟକୁମାର କହିଛନ୍ତି ଯେ ପାର୍ଟି କାର୍ଯ୍ୟାଳୟର ସୁରକ୍ଷା ପାଇଁ ପୋଲିସକୁ ପୂର୍ବରୁ ନିବେଦନ କରାଯାଇଥିଲା ।
Powered by Froala Editor